ଦେବାନନ୍ଦଙ୍କ ବିଜେଡିରେ ଯୋଗଦାନ ପରେ ହିଞ୍ଜିଳିକାଟୁ ବିଜେଡ଼ି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

add-all


ହିଞ୍ଜିଳିକାଟୁ, ୮/୪(): ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ମେରିରାୟ ନୀତି, ଅହଂକାର, ଦଳୀୟ ଗୋଷ୍ଠୀ କନ୍ଦଳ, ଗଣତାନ୍ତ୍ରର ଶୂନ୍ୟତା, ଅପାରଗ ଓ ପ୍ରକୃତ କର୍ମୀଙ୍କୁ ହତାଦାର ନେଇ ବୁଧବାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର ଦଳରୁ ଇସ୍ତଫା ଦେଇଥିଲେ । ଘଟଣାର ୨୪ ଘଣ୍ଟା ନପୁରୁଣୁ ଗୁରୁବାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୭୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଦଳତ୍ୟାଗ କରିଥିଲେ । ବିଜେପିରୁ ଇସ୍ତଫା ଦେଇଥିବା ଦେବାନନ୍ଦଙ୍କ ସହ ଶତାଧିକ କର୍ମକର୍ତ୍ତା ଶୁକ୍ରବାର ଭୂବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଭୂବନେଶ୍ବରରୁ ଫେରିବା ପରେ ହିଞ୍ଜିଳିକାଟୁ ବିଜେଡ଼ି ପକ୍ଷରୁ ସମସ୍ତଙ୍କୁ ବିଜୁ ପଟ୍ଟନାୟକ ଛକ ଠାରେ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ନଗର ସଭାପତି ଭୀମସେନ ବେହେରା, ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନ, ପୈାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗୈାଡ, ହୃଦୟାନନ୍ଦ ମହାପାତ୍ର, ଦୁର୍ଗା ମାଧବ ମହାନ୍ତି, ବି. ଶଙ୍କର, ପିଣ୍ଟୁ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢିଙ୍କ ସମେତ ନବ ନିର୍ବାଚିତ କାଉନସିଲର ଓ ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.