
ମାଲକାନଗିରି ସେବା ବଦଳରେ ଯନ୍ତ୍ରଣା ଦେଉଛି ପେଟ୍ରୋଲ ପମ୍ପ l ଏହି ଭଳିଆ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସଦର ମଧ୍ୟରେ ରହିଥିବା ଶିଭମ ପେଟ୍ରୋଲ ପମ୍ପରେ ଦୈନିକ ତେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ଗ୍ରହକକୁ ଅତିଷ୍ଟ କରିପକାଇଛି l ପ୍ରତ୍ୟେକ ଦିନ ପେଟ୍ରୋଲ ପମ୍ପ ମାଲିକମାନେ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଉଥିଲେ ମଧ୍ୟ କିଛି ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଶୋଷଣର ଶିକାର ହେଉଥିବା ନିତିଦିନିଆ ଘଟଣା ହୋଇଥିବା ବେଳେ ସାମନ୍ୟତମ ସୁବିଧା ପାଇପାରୁ ନାହାନ୍ତି ଜନସାଧାରଣ l ମାଲକାନଗିରିରେ ସହର ମଧ୍ୟରେ ରହିଥିବା ପେଟ୍ରୋଲ ପମ୍ପଟି ସହରର ଦ୍ୱିତୀୟ ପେଟ୍ରୋଲ ପମ୍ପ ଏବଂ ବହୁ ପୁରୁଣା ମଧ୍ୟ ଏଠାରେ ନା ଅଛି ପିଇବା ପାଣିର ବ୍ୟବସ୍ଥା ନା ଅଛି ମାଗଣା ପ୍ରେସର ଚେକ କରିବା ପାଇଁ ପମ୍ପ ୟୁନିଟର ବ୍ୟବସ୍ଥା ନା ଅଛି ପେଟ୍ରୋଲ ପକାଇଲା ପରେ ଅନଲାଇନ ପେମେଣ୍ଟର ସୁବିଧା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପେଟ୍ରୋଲ ପମ୍ପରେ ଅନଲାଇନ ପେମେଣ୍ଟ ପାଇଁ UPI (ବାରକୋଡ଼)କୁ ବ୍ୟବସ୍ଥା କରିଥିବାବେଳେ ଦୀର୍ଘଦିନ ହେଲା ଏହି ପେଟ୍ରୋଲ ପମ୍ପରେ ଏହି ବ୍ୟବସ୍ଥା କାର୍ଯ୍ୟକରୁ ନାହିଁ l ସବୁଠୁ ବଡ କଥା ହେଲା ଦୀର୍ଘ ଦିନ ଧରି ଏହି ପେଟ୍ରୋଲ ପମ୍ପ ଚାଲୁଥିଲେ ମଧ୍ୟ ଗ୍ରାହକ ମାନଙ୍କୁ ଖରା, ବର୍ଷାରୁ ରକ୍ଷା କରିବା ପାଇଁ ଉପରେ ସେଡର ବ୍ୟବସ୍ଥା ନାହିଁ ବର୍ତମାନ ମାଲକାନଗିରିରେ 40ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ଗ୍ରାହକମାନଙ୍କୁ ମୁଣ୍ଡଫଟା ଖରାରେ 10ରୁ 20ମିନିଟ ଧରି ଧାଡିରେ ଅପେକ୍ଷା କରିବାକୁ ପଡିଥାଏ l ଯାହାକି ଅଧିକ ଯନ୍ତ୍ରଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି l