
ପାତ୍ରପୁର : ପାତ୍ରପୁର ବ୍ଲକ, ତଣ୍ଡିପୂର ପଞ୍ଚାୟତ ଅନ୍ତର୍ଗତ ପୋଲାରଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷା ସୁଲୋଚନା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ, ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପାଢ଼ୀ ମୁଖ୍ୟ ଅତିଥି, ଜିଲ୍ଲା ଅନୁସୂଚିତ ଜନଜାତି ସଂଯୋଜୋକ ଡକ୍ଟର ସରୋଜ ପାଳ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌରହରି ଟହଲ, ନିରଞ୍ଜନ ମହାନ୍ତି, ସୁକାନ୍ତ ଜେନା, ଜି. ଭୀମ ରାଓ, ପ୍ରଫୁଲ୍ଲ କୁମାର ପାଢ଼ୀ ଯୋଗ ଦେଇଥିଲେ। ମୋଟ ବାୟିଶି ଗୋଟି ପ୍ରକଳ୍ପ ମଧ୍ୟରୁ ଦୁଇଗୋଟି ପ୍ରକଳ୍ପ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ କରାଗଲା। ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ। ବିଜ୍ଞାନ ସବୁଥିରେ ସଂପୃକ୍ତି। ହାତରେ ଲୁଗା ସଫେଇ ରୁ ଯେପରି ୱାସିଂଙ୍ଗ ମେସିନ, ଘଷିରୁ ଧୂପ କାଠି, ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଓ ସ୍ୱଳ୍ପ ମୂଲ୍ୟର ଜିନିଷ ବ୍ୟବହାର କରି ବିଜ୍ଞାନ ପ୍ରକଳ୍ପ କିପରି ପ୍ରସ୍ତୁତ କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପୁରସ୍କୃତ କରିବା ସହିତ ସୋନାଲି ପ୍ରଧାନ ପ୍ରଥମ, ସଂଚିତା ରାଉତ ଦ୍ଵିତୀୟ, ସାଇସେଠୀ ଓ ସାହିଲ ସେଠୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଭାରତ ସରକାର ଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ମନୋନୀତ ହୋଇଥିବା ଦୁଇଟି ପ୍ରକଳ୍ପ ବ୍ଲକ ଓ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ଦୁଇ ଜଣଛାତ୍ରୀ ସୁପ୍ରିୟା ପାତ୍ର ଓ ଦୀପ୍ତି ପ୍ରଧାନ ଅଂଶ ଗ୍ରହଣ କରିବେ।
ଶିଶିର ମହାପାତ୍ର, ପ୍ରଶାନ୍ତ ଦାଶ ଓ ସଞ୍ଜୀବ ମହାପାତ୍ର ବିଚାରକ ଭାବେ ସହଯୋଗ କରିଥିଲେ। କୃଷ୍ଣ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଘନଶ୍ୟାମ ସେଠୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ପ୍ରଧାନ ଶିକ୍ଷକ ରାଜେଶ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଶିକ୍ଷକ ଲକ୍ଷ୍ମୀ ନାରାୟଣ ବେହେରା, ଅରୁଣ କୁମାର ପ୍ରଧାନ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଟୁନା ସାହୁ, କେଶବ ସାହୁ, ମିନତି ପ୍ରଧାନ ଏବଂ ପୂର୍ବତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।