ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ସାଧାରଣ ବୈଠକ

add-all

ଚିକିଟି-କଳା ସଂସ୍କୃତି ସାହିତ୍ୟଓ ଐତିହ ର ସହର ଚିକିଟି ଠାରେ ଚିକିଟି ପ୍ରେସ୍ କ୍ଳବ୍ ପକ୍ଷରୁ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନୂତନ ଭାବେ ଯୋଗ ଦାନ କରିଥିବା ଦୁଇ ସମ୍ବାଦିକ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।ପରେ ପରେ ପୂର୍ବ ବୈଠକର ବିଷୟ ବସ୍ତୁ ଆଲୋଚନା ମାଧ୍ୟମରେ ବୈଠକ ଆରମ୍ବ ହୋଇଥିଲା। ଆୟୋଜିତ ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ପୂର୍ବ ପ୍ରସ୍ତୁତି ଏଜେଣ୍ଡା ମୁତାବକ ସମସ୍ତ ପ୍ରତିନିଧି ନିଜ ନିଜର ମତ ପ୍ରକାଶ କରିବା ସହିତ ଆଗାମୀ ଦିନରେ କ୍ଳବ କୁ ସଦୃଢ଼ କରିବା ସାଙ୍ଗକୁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଳବ ର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ନୀଳଗିରିରେ ସାମ୍ବାଦିକ ଉପରେ ହୋଇଥିବା ପୋଲିସ ର ଆକ୍ରମଣ କୁ ପ୍ରେସ କ୍ଳବ ତୋରଫରୁ ଦୃଢ଼ ନିନ୍ଦା କରାଯାଇଥିଲା।ଏହି ବୈଠକରେ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିପତି ସାହୁ ଓ କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ,ନଳିନୀ କାନ୍ତ ପଟ୍ଟନାୟକ,ଦୀପ୍ତି ରଞ୍ଜନ ପାଢ଼ୀ, ଈଶ୍ୱର ମହାରଣା, ଗୀତାଞ୍ଜଳୀ ପଟ୍ଟନାୟକ, ଗଦାଧର ଶୁକ୍ଳ, ସନ୍ତୋଷ ମହାପାତ୍ର,ରବୀନ୍ଦ୍ର ବାଡ଼ତ୍ୟା, ରାଜଗୋପାଳ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସଭା ସାଙ୍ଗ କରାଯାଇଥିଲା*

ad-week
Leave A Reply

Your email address will not be published.