ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ବୃକ୍ଷ ଛେଦନ

add-all

ଫୁଲବାଣୀ : ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଭାପତି ପି. ସୁଧାଂଶୁ ସେନାପତିଙ୍କ ନେତୃତ୍ବରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ବୃକ୍ଷ ଛେଦନ କରାଯାଇଥିଲା।ଏହି ପୂଜା କାର୍ଯ୍ୟକ୍ରମରେ ଯାତ୍ରା ପରିଚାଳନା କମିଟିର ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ କର୍ତା ଭାବରେ କାର୍ଯ୍ୟ ତୁଲାଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁଜିତ କୁମାର ବେହେରା,ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ, ସହ ସମ୍ପାଦକ ପାର୍ଥ ସାରଥୀ ବିଶ୍ଵାଳ,ଅରୁଣ ପଣ୍ଡା, ସୁମନ ପଟ୍ଟନାୟକ, ସୀମାଞ୍ଚଳ ପ୍ରଧାନ,ଅର୍ଥ ସମ୍ପାଦକ କାବୁଲା ସେନାପତିଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.