ଚଇତି ପର୍ବରେ ମାଆ ତାରିଣୀଙ୍କୁ ଦର୍ଶନ କଲେ ଭକ୍ତ

add-all

କେନ୍ଦୁଝର : ଚଇତି ପର୍ବ ଦିନ ଘଟଗାଁବାସିନୀ ମାଆ ତାରିଣୀ ଆବିର୍ଭାବ ହୋଇଥିଲେ। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରାଯାଉଛି। ଆଜିର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଆଜି ଦିନରେ ମାଆଙ୍କୁ ଦର୍ଶନ କରିବା ଲାଗି ଦୂର ଦୂରାନ୍ତରୁ ଭକ୍ତମାନେ ଘଟଗାଁକୁ ଧାଇଁ ଆସିଥାଆନ୍ତି। ଆଜି ଲକ୍ଷାଧିକ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି।

ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ମାଆଙ୍କ ଚଇତି ପର୍ବ ହୋଇପାରୁନଥିଲା। କେବଳ ନୀତିକାନ୍ତି ହେଉଥିଲା। ମହାମାରୀ କରୋନାର କୋପ କମିବା ପରେ ଚଳିତ ବର୍ଷ ମାଆଙ୍କ ପର୍ବକୁ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି। ରାତି ଦୁଇଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମାଆଙ୍କ ସ୍ନାନ ଓ ମହାସ୍ନାନ କରାଯାଇଥିଲା। ତା’ପରେ ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪ଟା ସବୁ ପୂଜା ସରିବା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲିଥିଲା।

ଘଟଗାଁ ବାସିନୀ ମାଆ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ଗଠନ ହୋଇଥିଲା। ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦୀର୍ଘ ୮୬ ବର୍ଷ ଧରି ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଆସୁଛି। ବାର୍ଷିକ ଉତ୍ସବରେ ମାଆଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ad-week
Leave A Reply

Your email address will not be published.