ପିସିସି ପକ୍ଷରୁ ଡ.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

add-all

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ରାମଜୀ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃଗଣ ଭୁବନେଶ୍ୱର ଏଜିଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ସଂଜୟ ମିଶ୍ର, କନକଲତା ମଲ୍ଲିକ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସୁବାଷ ପ୍ରଧାନ, ତାପସ ସେଠୀ, ଜମ୍ବେଶ୍ୱର ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ଦେବେନ୍ଦ୍ର ପ୍ରସାଦ ଦାସ, ସୂର୍ଯ୍ୟକାନ୍ତି ବାଗ, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ, ଉମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.