ନବଦିନାତ୍ମକ ମାନସ ପାରାୟଣ ଉଦ୍‌ଯାପିତ

add-all

ବ୍ରହ୍ମପୁର (୧୬/୦୪) : ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ “ଗଜପତି ସେବା ଓ ସାଂସ୍କୃତିକ ସମିତି” ପକ୍ଷରୁ ହନୁମାନ ବଜାର ଶ୍ରୀ ରଘୁନାଥ ମଠ ପରିସରରେ ନବଦିନାତ୍ମକ ରାମ ଚରିତ ମାନସ ପାରାୟଣ ଉଦ୍ ଯାପିତ ହୋଇଯାଇଛି । ବ୍ୟାସ ବେଦ ପ୍ରକାଶ ଗାଙ୍ଗୁଲିଙ୍କ ପୌରୋହିତ୍ୟ ତଥା ମନ୍ଦିର ଟ୍ରଷ୍ଟି ମିନୁ ସାହୁଙ୍କ ସହଯୋଗ କ୍ରମେ ସାଧ୍ୱୀ ନମିତା ସାହୁ, ଟି. ନିରୁପମା, ବିଷ୍ଣୁ ପ୍ରଧାନ ସମ୍ମିଳିତ ଭାବେ ମାନସ ପାଠ କରୁଥିଲେ । ସମିତିର ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ ଯାପନ ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଜୀବନଚର୍ଯ୍ୟା ଅନୁକରଣ ଜଗତକୁ ସୁନ୍ଦର ସୃଷ୍ଠୁ ଭାବରେ ଗଢି ତୋଳିବାରେ ସକ୍ଷମ ହେବ ବୋଲି ତାଙ୍କ ଉଦ୍ ଜାପନୀ ଭାଷଣରେ ମତବ୍ୟକ୍ତ କରିଥିଲେ । ସମିତି ସଦସ୍ୟ ପ୍ରମୋଦ କୁମାର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମିତି ଓ ଟ୍ରଷ୍ଟିର ମିଳିତ ଉଦ୍ୟମରେ ଏହି ପାରାୟଣ ଅବସରରେ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବହୁ ଶ୍ରଦ୍ଧାଳୁ ପ୍ରତ୍ୟେହ ଉପସ୍ଥିତ ରହି ଈଶ୍ୱର ଚିନ୍ତନରେ ନିଜକୁ ଜଡ଼ିତ ରଖୁଥିବା ଦେଖିବାକୁ ମିଳିଥିଲା । ପରିଶେଷରେ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.