ନକଲି ବିଦେଶୀ ମଦ ପ୍ରସ୍ତୁତ ରାକେଟ ର ଫର୍ଦଫାସ : ବିପୁଳ ପରିମାଣର ଵିଦେଶୀ ମଦ ଜବତ କଲା ବଣେଇ ଅବକାରୀ ବିଭାଗ…

add-all

ସୁନ୍ଦରଗଡ/ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲାରେ ନକଲି ବିଦେଶୀ ମଦ ବେପାର ଥମିବାର ନାଁ ନେଉନାହିଁ। ବିଶେଷ କରି ବଣେଇ ଅଞ୍ଚଳରେ ଏହି ମଦ କାରବାର ଜୋର ଧରିଛି। ବାହାର ରାଜ୍ୟରୁ ନକଲି ମଦ ଆଣି ଏଠାରେ ନାମିଦାମୀ କମ୍ପାନୀ ର ଲେବଲ ମାରି ବେପାର ଚାଲିଛି ।
ଗତ ସପ୍ତାହ ଲହୁଣୀପଡା ଥାନା ଅଞ୍ଚଳରେ ଏକ ନକଲି ମଦ ପ୍ରସ୍ତୁତ କରଥିବା ଗ୍ୟାଙ୍ଗ ର ପର୍ଦାଫସ ହୋଇଥିଲା। ଆଜି ଚାନ୍ଦିପୋଷ ଥାନା ଅନ୍ତର୍ଗତ ପିତାଗାଁ ରେ ଏକ ନକଲି ମଦ ପ୍ରସ୍ତୁତ କରୁଥିବା ରାକେଟ କୁ ଠାବ କରିବାରେ ବଣାଇ ଅବକାରୀ ବିଭାଗ ସଫଳ ହୋଇଛି। ଏହି ଚଢାଉରେ ୮୬ ଲିଟର ନକଲି ମଦ ସହ ନାମିଦାମୀ ମଦ କମ୍ପାନୀ ର ଲେବଲ , ଖାଲି ବୋତଲ , ଠିପି ଆଦି ଜବତ କରାଯାଇଛି । ନକଲି ମଦ କାରବାର କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ନକଲି ମଦ ରାକେଟ ର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଅବକାରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ad-week
Leave A Reply

Your email address will not be published.