ଲଷ୍ମୀପୁର ଚମ୍ପି ଗ୍ରାମ ରେ ଠାକୁରାଣୀ ଘଣ୍ଟ ଯାତ୍ରା ଉଯାପିତ…

add-all

ଲଷ୍ମୀପୂର : ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ଚମ୍ପି ଗ୍ରାମ ପଂଚାୟତ ଠାରେ ମା ବୁଢ଼ୀ ଠାକୁରାଣୀ ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଦୀର୍ଘ ଦୁଇ ବର୍ଷ ପରେ ଯାତ୍ରା ଧୁମ ଧାମ ରେ ପାଳିତ ହୋଇଯାଇଛି. କୋରଣା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଯାତ୍ରା ହୋଇପାରୁନଥିଲା କିନ୍ତୁ ଏ ବର୍ଷ ବହୁ ଧୁମ ଧାମ ରେ ଠାକୁରାଣୀ ଙ୍କ ତିନି ଦିନ ଯାତ୍ରା ପାଳିତ ହୋଇଯାଇଛି. ଠାକୁରାଣୀ ମା ଘର ଘର ବୁଲି ଭକ୍ତ ର ଦୁଃଖ ବୁଝି ଥିଲେ, ନିଆ ରେ ବୁଲିଥିଲେ ଏବଂ କଣ୍ଟା ଦୋଳି ରେ ଝୁଲିଥିଲେ. ଦୁଇ ଦିନ କୋରାପୁଟିଆ ନାଚ ମଧ୍ୟ କରାଯାଇଥିଲା. ଯାତ୍ରା କମିଟି ଯାତ୍ରାରେ ଗହଳି ରେ କୌଣସି ଝଗଡା କାଳେ ହେବ ଭାବି ଲଷ୍ମୀପୂର ପୋଲିସ ସୋହୟତା ରେ ତିନି ଦିନ ଯାକ ଅଞ୍ଚଳ ରେ ପୋଲିସ ର ଛାଉଣୀ ଥିଲା. ଏହି ଯାତ୍ରାରେ ସମୟରେ ବାଘ ନାଚ ମଧ୍ୟ କରାଯାଇଥିଲା ଯାହାକି ଲୋକଙ୍କୁ ଆକୃଷ୍ଟ କରିଥିଲା

ad-week
Leave A Reply

Your email address will not be published.