ମାଓ ପ୍ରଭାବିତ ଜୋଡାଆମ୍ବ ଗ୍ରାମ ଚିତ୍ରକୋଣ୍ଡା ବ୍ଲକରେ ଗୋଷ୍ଠି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ…

add-all

ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜୋଡାଆମ୍ବ ଗ୍ରାମ ଠାରେ କୁଡୁମୁଳୁଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଳ ଓ ଚିତ୍ରକୋ ବ୍ଲକ ଚେୟାରମ୍ୟାନ ରାଜେଶ୍ୱରୀ ଖିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିର ରେ ୫୧୭ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ଔଷଧ ବଣ୍ଟନ ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକ ଡ଼ଃ ଧନେଶ୍ୱର ମହାପତ୍ର,ଡଃପ୍ରଫୁଲ୍ଲ କୁମାର ବେହେରା , କୁଡୁମୁଳୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଡଃ ସଂନ୍ତୋଷ କୁମାର ଷଡ଼ଙ୍ଗୀ ,ଡ଼ଃ ମହେଶ ପ୍ରସାଦ ପତି, ଡ଼ଃ ସୌମ୍ୟ ସାମଲ, ଜୋଡାଆମ୍ବ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡ଼ଃ ବିଜୟ କୁମାର ରାଉତ ଙ୍କ ସହବିପିଏମ ହରପ୍ରସାଦ ତାରିଣୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପଂଚାୟତ ର ବହୁ ଅଧିକାରୀ ସରପଞ୍ଚ ଓ ୱାର୍ଡମେମ୍ବର ସଭ୍ୟ ,ସମସ୍ତ ଆଶା ,ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.