ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ   

ଅହମ୍ମଦାବାଦ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜି ଗୁଜରାଟର ଅହମ୍ମଦାବାଦ୍‌ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ୱାଗତ କରିଛନ୍ତି।
ହିପରି ସେଠାରେ ଅହମ୍ମଦାବାଦ ମେୟର, ରାଜ୍ୟ ମୁଖ ସଚିବ, ଗୁଜରାଟ ପୁଲିସ ଡିଜି ଆଶିସ୍‌ ଭାଟିଆ, ସ୍ଥାନୀୟ ଜିଲ୍ଲାପାଳ ଏବଂ ଅହମ୍ମଦାବାଦ ପୁଲିସ କମିଶନର ଉପସ୍ଥିତ ଥିଲେ। ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ପହଞ୍ଚିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରାଜଘାଟରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋରିସ ଜନ୍‌ସନ୍ । ସୂଚନା ଅନୁଯାୟୀ ଦୁଇ ଦେଶ ଭିତରେ ରାଜନୈତିକ, କୁଟନୈତିକ ଏବଂ ଆର୍ଥିକ ବୁଝାମଣା ନେଇ ଦୁଇ ନେତା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଭାରତ-ବ୍ରିଟେନ ମଧ୍ୟରେ ବାଣିଜ୍ୟିକ ସଂପର୍କ ସୁଦୃଢ଼ ପାଇଁ ଅହମ୍ମଦାବାଦରେ ମଧ୍ୟ ବୋରିସ ଜନ୍‌ସନ୍‌ ବଡ଼ ବଡ଼ ଉଦ୍ୟୋଗପତିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟତଃ ମୁକ୍ତ ବାଣିଜ୍ୟ, ଶକ୍ତି କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ନେଇତାଙ୍କ ଗସ୍ତ ଗୁରୁତ୍ୱବହନ କରୁଛି। ଆଜି ଦିନ ତମାମ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗୁଜରାଟରେ କଟାଇବେ। ଡିନର ପରେ ବିଳମ୍ବିତ ସନ୍ଧ୍ୟାରେ ସେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ବୋରିସ ଜନ୍‌ସନ୍‌ ପୂର୍ବରୁ ଭାରତ ଆସିବାର କର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ କୋଭିଡ୍‌ ମହାମାରୀ ଯୋଗୁ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା। ଅନ୍ୟପଟେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଚାଲୁଥିବା ବେଳେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ମହତ୍ୱ ରଖୁଛି।

ad-week
Leave A Reply

Your email address will not be published.