ବନ୍ଦର ସହର ମାରିୟୁପୋଲ ଏବେ ସ୍ୱାଧୀନ: ପୁଟିନ୍‌

add-all

କିଭ୍‌: ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ। ଏ ସମ୍ପର୍କରେ ଆକ୍ରମଣକାରୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ସୋହିଗୁ ପୁଟିନଙ୍କୁ ଜଣାଇଥିଲେ। ତେବେ ୟୁକ୍ରେନ୍‌ର ମେଗା ଷ୍ଟିଲ ପ୍ଲାଣ୍ଟ ଆଜୋଭସ୍ତାଲର କୌଣସି କ୍ଷତି ନକରିବାକୁ ପୁଟିନ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ୟୁକ୍ରେନ୍‌ରେ ପ୍ରମୁଖ ଶିଳ୍ପାନୁ ଞ୍ଚଳ ଆଜୋଭସ୍ତାଲକୁ ଚାରିପଟୁ ଘେରାବନ୍ଦି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସେଠାରେ ଥିବା ୟୁକ୍ରେନ ସୈନ୍ୟମାନେ ଆଉ ଖସିପାରିବେ ନାହିଁ। ଆଜୋଭ ସିରେ ମାରିୟୁପୋଲକୁ ଦଖଲ କରିବା ରୁଷ ରଣନୀତିର ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ମାରିୟୁପୋଲ ମୁକ୍ତ ହୋଇଥିବା ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ପୁଟିନଙ୍କୁ ଏକ ଟେଲିଭିଜନ ବାର୍ତ୍ତାରେ ସୂଚନା ଦେଇଛନ୍ତି। ରୁଷ ସେନା ଦ୍ୱାରା ମାରିୟୁପୋଲ ମୁକ୍ତ ଅଭିଯାନ ସଫଳ ହୋଇଥିବା ପୁଟିନ କହିଛନ୍ତି । ଗତ ଫେବୃଆରୀରେ ୟୁକ୍ରେନ୍‌ର ଡୋନେଟସ୍କ ଏବଂ ଲୁହାନସ୍କକୁ ସ୍ୱାଧୀନ ରାଜ୍ୟ ଭାବେ ଘୋଷଣା କରିଥିଲା ରୁଷ୍।

ad-week
Leave A Reply

Your email address will not be published.