ଫ୍ରିଜ ଭିତରେ ରହି ଯାଇଥିବା ହେତୁ ଭୂସ୍ଖଳନରୁ ବଞ୍ଚିଗଲା ୧୧ବର୍ଷର ବାଳକ

add-all

ନୂଆଦିଲ୍ଲୀ: ଫିଲିପାଇନ୍ସରେ ଦିନସାରା ଫ୍ରିଜ୍ ଭିତରେ ରହିବା ପରେ ଜଣେ ୧୧ ବର୍ଷର ବାଳକ ଭୂସ୍ଖଳନରୁ ବଞ୍ଚି ଯାଇଥିବା ଖବର ମିଳିଛି। ଗତ ଶୁକ୍ରବାର ଦିନ ସିଜେ ଜେସ୍ମେ ନାମକ ବାଳକ ନିଜ ପରିବାର ସହିତ ଘରେ ଥିବା ବେଳେ ଫିଲିପାଇନ୍ସର ବେବେ ସିଟିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ଏହି ସମୟରେ ସିଜେଙ୍କ ଘରେ ପାଣି ପଶି ଯାଇଥିଲା। ତେବେ ଉଦ୍ଧାର କାର୍ଯ୍ୟ ସମୟରେ ଅଧିକାରୀମାନେ ଜେସ୍ମେକୁ ଏକ ଭଙ୍ଗା ରେଫ୍ରିଜରେଟର ଭିତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।
କୁହାଯାଉଛି କି ଭୂସ୍ଖଳନ ବେଳେ ଘର ଭିତରକୁ କାଦୁଅ ଓ ପାଣି ପଶିବା ଦେଖି ଜେସ୍ମେ ଘରେ ଥିବା ଏକ ଭଙ୍ଗା ଫ୍ରିଜରେ ପଶି ଯାଇଥି‌ଲା। ଫ୍ରିଜ୍ ଭିତରେ ପ୍ରାୟ ୨୦ ଘଣ୍ଟା ବିତାଇଥିଲା ସେ।
ପୋଷ୍ଟ ଅନୁଯାୟୀ, ପୁଲିସ ଅଧିକାରୀ ଜୋନାସ ଏଟିସ୍ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଜେସ୍ମେଙ୍କୁ ଭଙ୍ଗା ଫ୍ରିଜରୁଭିତରୁ ଉଦ୍ଧାର କରିଥିଲେ। ଏହାପରେ ତାକୁ ଏକ ଅସ୍ଥାୟୀ ଷ୍ଟ୍ରେଚରକୁ ସ୍ଥାନାନ୍ତର କରାଯାଇଥିଲା। ପିଲାଟି ସେମାନଙ୍କୁ ପ୍ରଥମ ଶବ୍ଦ କହିଥିଲା, ‘ମୋତେ ଭୋକ ଲାଗୁଛି’। ତେ‌ବେ ଏହି ଘଟଣାରେ ବାଳକର ଗୋଡ଼ ଭାଙ୍ଗି ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୋଡ଼ର ଅସ୍ତ୍ରୋପଚାର ପାଇଁ ବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଅର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପୁଲିସ ପ୍ରକାଶ କରିଛି। ତେବେ ଏହି ଭୂସ୍ଖଳନରେ ତାର ମା ଏବଂ ସାନଭାଇ ନିଖୋଜ ଥିବାବେଳେ ତାର ପିତାଙ୍କର ଅନ୍ୟ ଏକ ଭୂସ୍ଖଳନରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ତାର ୧୩ବର୍ଷର ଭାଇ ଏହି ବିପର୍ଯ୍ୟୟରୁ ବଞ୍ଚି ଯାଇଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ ଯେ ଭୂସ୍ଖଳନ ପରେ କେବଳ ବେବେରେ ପ୍ରାୟ ୨୦୦ଗ୍ରାମବାସୀ ଆହତ ହୋଇଥିବା ବେଳେ ପ୍ରାୟ ୧୭୨ ଜଣଙ୍କର ମୃତ୍ୟୁ ହୋଇଛି।

ad-week
Leave A Reply

Your email address will not be published.