
ଫୁଲବାଣୀ : ଏପ୍ରିଲ ୨୮ ଆଜି ଓକିଲ ଦିବସ | ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି (ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ । କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍.ଏ, ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍ ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ । ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ ।ଓଡ଼ିଶାରେ ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ “ଓକିଲ ଦିବସ” ଭାବେ ପାଳନ କରାଯାଉଛି । ଏହି ଦିନକୁ ସ୍ୱାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି ।ଏହି ଅବସରରେ ଫୁଲବାଣୀ ଓକିଲସଙ୍ଘ ପକ୍ଷରୁ ଓକିଲ ସଂଘର ସଭାପତି ଵିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଓକିଲ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ବାର ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ପରେ ଗୋପବନ୍ଧୁ ଛକରେ ଥିବା ଗୋପବନ୍ଧୁ,ମଧୁସୂଦନ ପାର୍କରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ସଂଘର ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକଙ୍କ ସମେତ ରବି ନାରାୟଣ ମିଶ୍ର,ବଇଁଶୀ ଧର ମହାପାତ୍ର, ଦେଵବ୍ରତ ପ୍ରଧାନ, ଅସୀମ ପ୍ରହରାଜ,ହରିଶ୍ଚନ୍ଦ୍ର ମହାରଣା,ଚନ୍ଦ୍ର ଶେଖର ମିଶ୍ର, ବନମାଳୀ ବେହେରା ଭଗବାନ ମହାନ୍ତି, ସିଧେଶ୍ୱର ଦାଶ୍,ରମେଶ ଚନ୍ଦ୍ର ମହାନ୍ତି,ସତ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅଗସ୍ତି ଯାନୀ,ଦିଲିପ ବାନାର୍ଜୀ,ନିହାରିକା ପାତ୍ର,ଜୟନ୍ତୀ ପାଣିଗ୍ରାହୀ, ନମିତା ସାହୁ,ବୀଣାପାଣି ପ୍ରଧାନଙ୍କ ସମେତ ସମସ୍ତ ବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏହିପରି ପଵିତ୍ର ଦିବସରେ ବରିଷ୍ଟ ଆଇନଜୀବି ଆର କେ ମାହାପାତ୍ରଙ୍କ ବିୟୋଗ ଖବର ଫୁଲବାଣୀ ବାରର ସଦସ୍ୟଙ୍କୁ ମର୍ମାହତ କରିଥିଲା।ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ।