
ହିଞ୍ଜିଳିକାଟୁ : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରଣୟନ କରାଯାଉଛି । ପ୍ରକୃତ ପକ୍ଷେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିପାରୁନାହିଁ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ସରକାରୀ ଅଫିସର ଏବଂ ନେତାଙ୍କର ଭୂମିକା ଗୁରୁତ୍ୱ ଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ।ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ମଧ୍ୟ ହୋଇଛି ।ବୟସ ପାଖାପାଖି ୮୭। ଆଖିକୁ ଭଲ ଭାବେ ଦିଶୁ ନାହିଁ । ନିଜର ଭାଗ୍ୟକୁ ଆଦରି ଚଳୁଛନ୍ତି । ୩୦ ଵର୍ଷ ତଳେ ସ୍ଵାମୀ ଆରପାରିକୁ ଚାଲିଗଲେଣି । ଏହି ବୟସରେ ବି ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତ ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତ ସାରୁ ଗ୍ରାମର ସ୍ଵର୍ଗତ ଉଦୟନାଥ ସାହୁଙ୍କ ସ୍ତ୍ରୀ ମହାଲକ୍ଷ୍ମୀ ସାହୁ । ପୁଅ କେବେଠାରୁ କୂଆଡେ ଯାଇଛି ଆଉ ଫେରିନାହିଁ। ତିନି ଝିଅ ଵାହା ମଧ୍ୟ ହୋଈଯାଇଛନ୍ତି ।ପରିବାର ଜଞ୍ଜାଳ ମଧ୍ୟରେ ଝିଅ ମାନେ ମାଁ କୁ ନେଇ ରଖିଥାନ୍ତି । ଭତ୍ତା ବାବଦରେ ୫ଶହ ଟଙ୍କା ସହ ତାଉଳ୫ କିଲୋ ମାସକୁ ମିଳୁଛି । ସ୍ଵାମୀ ବଞ୍ଚିଥିବା ବେଳେ ସିମେଣ୍ଟ ଟିଣ ଯେଉଁ ଘରେରହୁଥିଲେ ସେଥିରେ ମୁଣ୍ଡ ଗୁଞ୍ଜିଛନ୍ତି । ।୩ ଝିଅ ନିଜ ନିଜର ପରିବାରକୁ । ନେଇ ଅଲଗା ରହୁଥିବା ବେଳେ ଭିଟାମାଟିରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ବୃଦ୍ଧା ମହାଲକ୍ଷ୍ମୀ । ବୟସାଧିକ ହେବାରୁ ବର୍ତମାନ ନିଜ ପାଇଁ ଦୁଇ ମୁଠା ଖାଦ୍ୟ ମିଳିବା କଷ୍ଟକର । ଏପରି ଅବସ୍ଥାରେ ତାଙ୍କ ଝାଟି ମାଟି ଘର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ନିଜର କହିବାକୁ ଗଲେ ଭୋଟକାର୍ଡ଼ ଓ ଆଧାର କାର୍ଡ଼ତାହା ମଧ୍ୟ ତିତଲି ବାତ୍ୟାରେ ନଷ୍ଟ ହୋଈଯାଇଛି । ନିଜ ସମସ୍ୟା ବିଷୟରେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ନିରାଶ ବାଣୀ ଶୁଣୁଛନ୍ତି । ଦୁଇ ଓଳି ଦୁଇ ମୁଠା ପେଟଭରି ଖାଇବାକୁ ପାଇନଥିବା ବେଳେ ଘର ମରାମତି ସୁପ୍ନ ପାଲଟିଛି । ବୟସର ଅପରାହ୍ନରେ ଥୁବା ବେଳେ ନିଜର ଶରୀର ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି। ଆଉ ପାହାଚ ଚଢି ୱଡ ବାବୁ ମାନଙ୍କ ପାଖକୁ ଯାଇପାରୁ ନାହାନ୍ତି ।ଜାଳେଣି ଭାବେ ଦରପୋଡା ନଡିଆ ଵାଙ୍ଗୁଆ ସହ ରଷ କଳା ଵାସନ ତିନିଖଣ୍ଡ ରେ ବହୁ କଷ୍ଟରେ ଭଙ୍ଗା ଘରେ ଜୀବନ । ଭଙ୍ଗା ଘରେ ଖୋଲା ଆକାଶ ତଳେ ଜୀବନ ବିତାଇ ଆସୁଛନ୍ତି ବୃଦ୍ଧା ମହାଲକ୍ଷ୍ମୀ। ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଳନାରେ ଘର ଯୋଗାଇ ଦିଆଯାଉଥିବା ବେଳେ ୮୭ ବର୍ଷିୟା ବୃଦ୍ଧା ମହାଲକ୍ଷ୍ମୀ ସାହୁ ଏ ସମସ୍ତ ଯୋଜନାରୁ ବାଦ ପଡ଼ିଛନ୍ତି । ରାଜନୈତିକ ପଷା ପାଲିରେ ବଳି ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି । ଏନେଇ ବିଡ଼ିଓ ସୁବ୍ରତ କୁମାର ଜେନା ଙ୍କୁ ପଚାରିବାରୁ ଏ ନେଈ ଜାଣିନଥିବା ଓ ଘଟଣାର ତଦନ୍ତ କରାଯିବା ସହ ପଦକ୍ଷେପ ଗ୍ରହଣ କରାଯିଵ ବୋଲି କହିଛନ୍ତି ।