ଫୁଲବାଣୀ : ଶନିଦେଵ ପୀଠର ୭ମ ବାର୍ଷିକ ଉତ୍ସବ ପାଳିତ…

add-all

ଫୁଲବାଣୀ:-ସ୍ଥାନୀୟ କୋର୍ଟଛକ ନିକଟସ୍ଥ  ଟ୍ରେଜେରୀ କାର୍ଯ୍ୟ।ଳୟ ସମୂଖରେ ଥିବା ଶନିଦେଵ ପୀଠରେ ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଶନିଦେଵ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ତଥା ଉପଦେଷ୍ଟା ବିମଳ ପାଢ଼ୀଙ୍କ ନେତୃତ୍ବରେ ସମ୍ପାଦକ କିଶୋର କୁମାର ମହାନ୍ତିଙ୍କ ସମେତ ଉପସଭାପତି ଆସିକ କୁମାର କୁଦେଇ,ପୂଜକ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସହଯୋଗରେ ପୂଜା କାର୍ଯ୍ୟ ଶେଷ ହୋଇଥିଲା।ପ୍ରାତଃ ମାର୍ଜନା ପରେ ଆଳତି ,ହୋମ ଯଜ୍ଞ କରାଯାଇଥିଲା।ଏଥି ସହିତ ଘଣ୍ଟ ବାଦ୍ୟ ଧ୍ଵନିରେ ସମଗ୍ର ପୀଠ ପବିତ୍ର ହୋଇଥିବାର ଦେଖିବାକୁ ମିଳିଥିଲା।ଶତାଧିକ ଭକ୍ତ ଦର୍ଶନ କରିବା ସହିତ ପଣା ଓ ପ୍ରସାଦ ସେବନ କରି ଶନି ଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ad-week
Leave A Reply

Your email address will not be published.