ୟୁକ୍ରେନକୁ ଜାହାଜ ଭର୍ତ୍ତି ଗ୍ରେନେଡ୍ ଉପହାର ଦେଲେ ସ୍ପେନ ରାଣୀ, ଆମେରିକା ଦେଲା ୩୩ ଆରବ ଡଲାର

add-all

ନୂଆଦିଲ୍ଲୀ: ୟୁକ୍ରେନକୁ ଜାହାଜ ଭର୍ତ୍ତି ଗ୍ରେନେଡ ଓ ଗ୍ରେନେଡ୍ ଲଞ୍ଚର ଉପହାର ଦେଇଛନ୍ତି ସ୍ପେନର ରାଣୀ। ଏଥିସହ ୟୁକ୍ରେନକୁ ବିଜୟ ନିମନ୍ତେ ସେ ପାରମ୍ପରିକ ଶୁଭେଚ୍ଛା ପୋଷ୍ଟକାର୍ଡ ମଧ୍ୟ ପଠାଇଛନ୍ତି। ରୁଷ ବିରୋଧରେ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନକୁ ଏହା ବଳ ଯୋଗାଇବ ବୋଲି ସେ ଏଥିରେ ଉଲ୍ଲେଖ କରିଥିବା ଶନିବାର ଖବର ପ୍ରକାଶ ପାଇଛି। ଏନେଇ ହୋଇଥିବା ଏକ ଟୁଇଟ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ତେଣେ ଆମେରିକା ୟୁକ୍ରେନକୁ ୩୩ ଅରବ ଡଲାର ସହାୟତା କରିବା ନିମେନ୍ତ ପଦେକ୍ଷପ ନେଇଛି। ଏଥିସହ ସମସ୍ତ ପ୍ରକାର ସାମରିକ, ସାମାଜିକ ସହାୟତା କରିବ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି। ହେଲେ ତେଣେ ମାରିୟୁପୁଲ ପୋର୍ଟ ଉପରେ କବ୍ଜା ହରାଇବା ପରେ ୟୁକ୍ରେନର ସମସ୍ୟା ଆହୁରି ବଢ଼ିଯାଇଛି। ଯୁଦ୍ଧକୁ ୬୬ ଦିନ ପୂରିଥିଲେ ହେଁ ଏହା ଥମିବାର ନାଁ ଧରୁନି। ଗୋଟାଏ ପଟେ ଲୋକ ଘର ଛାଡୁଛନ୍ତି ତ ଅନ୍ୟପଟେ ଯୁଦ୍ଧ ଲଢ଼ୁଥିବା ସୈନ୍ୟ ପ୍ରାଣ ହରାଇ ଚାଲିଛନ୍ତି।
ୟୁକ୍ରେନକୁ ବିଦେଶୀ ଯୁଦ୍ଧାସ୍ତ୍ର ନ ପହଞ୍ଚିବା ନିମେନ୍ତ ରୁଷ ଏବେ ଏହି ଦେଶର ରେଲୱେ ଲାଇନକୁ ଧ୍ୱଂସ କରିବାକୁ ରକେଟ ମାଡ କରୁଛି। ଡାକ୍ତରଖାନା ଓ ବିଦ୍ୟୁତ ଷ୍ଟେଶନକୁ ରକେଟ ମାଡ କରି ନଷ୍ଟ କରିଦେଉଛି। ଫଳରେ ବିଭିନ୍ନ ଦେଶରୁ ଡୋନାବାସରେ ୟୁକ୍ରେନ ସେନାକୁ ଯୁଦ୍ଧାସ୍ତ୍ର ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଛି। ଏହି ଯୁଦ୍ଧ ଯୋଗୁ ୫୦୪ ମିଲିୟନ ୟୁକ୍ରେନ ନାଗରିକ ଦେଶ ଛାଡି ପଳାୟନ କରିଛନ୍ତି। ଯେତେବେଳେ କି ଏକ ଚତୁର୍ଥାଂଶ ନାଗରିକ ଅନ୍ୟ ସ୍ଥାନାକୁ ସ୍ଥାନାନ୍ତର ହୋଇଯାଇଛନ୍ତି। ଏହା ୟୁରୋପରେ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛି।

ad-week
Leave A Reply

Your email address will not be published.