ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ

add-all

ନୂଆଦିଲ୍ଲୀ: ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ। ଆଜି ସ୍ଥଳ ସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ଏମଏମ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଜି ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଜେନେରାଲ ପାଣ୍ଡେ ଦେଶର ସେନାଧ୍ୟକ୍ଷ ଭାବେ କାମ ଆରମ୍ଭ କରିଛନ୍ତି। ଜେନେରାଲ ନରଭାଣେଙ୍କ ଠାରୁ ହିଁ ସେ ସ୍ଥଳ ସେନା ମୁଖ୍ୟ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି।
ପୂର୍ବରୁ ଜେନେରାଲ ପାଣ୍ଡେ ସ୍ଥଳସେନା ଉପ ମୁଖ୍ୟ ଭାବେ କାମ କରୁଥିଲେ। ତେବେ ତାଙ୍କୁ ଚଳିତ ମାସରେ ହିଁ ସ୍ଥଳ ସେନା ମୁଖ୍ୟ ଭାବେ ମନୋନୀତ କରାଯାଇଥିଲା। ସେ କ୍ରପ୍ସ ଇଞ୍ଜିନିୟରରୁ ସ୍ଥଳ ସେନାର ମୁଖ୍ୟ ହେବାର ରେକର୍ଡ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ସେନା କର୍ମଚାରୀ ଏପରି ରେକର୍ଡ କରି ନଥିଲେ। ଜେନେରାଲ ମୋନଜ ପାଣ୍ଡେ ୧୯୮୨ ଡିସେମ୍ବରରେ ଜେନେରାଲ ପାଣ୍ଡେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ।
ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜେନେରାଲ ପାଣ୍ଡେ ଅପରେସନ ପରାକ୍ରମ ଓ ଅପରେସନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଦୀର୍ଘ ୩୯ ବର୍ଷ ହେଲାଣି ଭାରତୀୟ ସେନା ସହ ଜଡ଼ିତ ହୋଇ ରହିଛନ୍ତି। ଫେବୃଆରୀ ୧ ତାରିଖରେ ତାଙ୍କୁ ସ୍ଥଳ ସେନାର ଉପ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସୂଚନାଯୋଗ୍ୟ, ଆସନ୍ତାକାଲି ସ୍ଥଳ ସେନାର ଉପ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ ଦାୟିତ୍ୱ ଗ୍ରହଣ କରିବେ।

ad-week
Leave A Reply

Your email address will not be published.