ତୃତୀୟ ସାମ୍ମୁଖ୍ୟ କ୍ଷମତା ହାତେଇବା ଅସମ୍ଭବ: ପ୍ରଶାନ୍ତ କିଶୋର

add-all

ନୂଆଦିଲ୍ଲୀ: କୌଣସି ତୃତୀୟ କିମ୍ବା ଚତୁର୍ଥ ସାମ୍ମୁଖ୍ୟ ନିର୍ବାଚନ ଜିତି ଦେଶରେ କ୍ଷମତା ହାତେଇବା ସକ୍ଷମ ନୁହନ୍ତି। କେବଳ ଦ୍ୱତୀୟ ସାମ୍ମୁଖ୍ୟ ଅର୍ଥାତ ଏକ ଶକ୍ତ ପ୍ରତିଦ୍ୱନ୍ଦୀ ବିଜେପିକୁ ହରାଇବା ସମର୍ଥ ହେବ। ଏହା ହେଉଛି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଆକଳନ। ପ୍ରଶାନ୍ତ କହିଛନ୍ତି ଯେ,ବିଜେପିକୁ ହରାଇବାକୁ ହେଲେ ଏକ ସଶକ୍ତ ପ୍ରତିଦ୍ୱନ୍ଦୀ ଦରକାର। ତୃତୀୟ କି ଚତୁର୍ଥ ନୁହଁ ଦ୍ୱିତୀୟ ପାହ୍ୟା ଦଳ ହିଁ ବିଜେପିର ବିକଳ୍ପ ହୋଇ ପାରିବ।
ଏକ ସାକ୍ଷାତକାରରେ ପ୍ରଶାନ୍ତଙ୍କ ସହାୟତାରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃତୀୟ ସାମ୍ମୁଖ୍ୟ କେନ୍ଦ୍ରର ବିଜେପିକୁ ଟକ୍କର ଦେଇପାବିକି ପ୍ରଶ୍ନ କରାଯାଇଥିଲା। ଯଦିଓ ସେ ଏହାର ଉତ୍ତର ସିଧାସଳଖ ନାଁ କହି ନଥିଲେ କିନ୍ତୁ ବିଜେପି ସରକାରକୁ କୌଣସି ତୃତୀୟ ସାମ୍ମୁଖ୍ୟ ଚ୍ୟାଲେଞ୍ଜ ଦେବା କଷ୍ଟରକ ବୋଲି କହିଥିଲେ । କୌଣସି ତୃତୀୟ ସାମ୍ମୁଖ୍ୟ ଦେଶରେ ନିର୍ବାଚନ ଜିତି ସରକାର ଗଠନ କରିବାର ସମ୍ଭବ ନୁହଁ।
ଏହା ମୋର ବିଶ୍ୱାସ ବୋଲି କହିଛନ୍ତି ପ୍ରଶାନ୍ତ। ଏକ ଦ୍ୱିତୀୟ ଫ୍ରଣ୍ଟ ହିଁ ବିଜେପିକୁ ହରାଇ ପାରିବ। ତେବେ ଏହି ଦ୍ୱିତୀୟ ଫ୍ରଣ୍ଟଟି କଂଗ୍ରେସ କି ପ୍ରଶ୍ନ ହେବାରୁ ସେ ସିଧାସଳଖ ନାଁ କହିଥିଲେ। କଂଗ୍ରେସକୁ କେବଳ ଦ୍ୱିତୀୟ ସର୍ବବୃତ ଦଳ ବୋଲି କୁହାଯାଇପାରିବ। କିନ୍ତୁ ସେ କ୍ଷମତା ଦଖଲ କରିବା ଅସମର୍ଥ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.