ଅଳିଆ ଗଦାରୁ ମିଳିଲା କୋଭିଡ୍‌ ଟିକାର ଶତାଧିକ ଭାଏଲ; ତଦନ୍ତ ନିର୍ଦ୍ଦେଶ

add-all

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜରେ ଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଅଳିଆ ଗଦାରୁ କୋଭିସିଲ୍‌ଡ ଟିକାର ଶତାଧିକ ଭାଏଲ ମିଳିବା ଘଟଣାକୁ କେନ୍ଦ୍ର କରି ଏବେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଏପରି ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ତାହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅଧିକାରୀମାନେ ଶନିବାର ଦିନ କହିଛନ୍ତି।
ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବିନୋଦ କୁମାର ଟିକା ଅପଚୟକୁ ଏକ ‘ଗମ୍ଭୀର ବିଷୟ’ ବୋଲି କହିଛନ୍ତି। ଡାକ୍ତର କୁମାର କହିଛନ୍ତି, ଏହି ଘଟଣାର ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ଏହି ଘଟଣାରେ ସିଏଚସି ଅଧୀକ୍ଷକ ଡକ୍ଟର ମହେନ୍ଦ୍ର ଭାନ ସିଂହ କହିଛନ୍ତି ଯେ କୋଭିସିଲ୍ଡର ଗୋଟିଏ ଭାଏଲରେ ୧୦ ଟି ଡୋଜ ରହିଥାଏ। ନିୟମ ଅନୁଯାୟୀ, କୋଭିସିଲ୍‌ଡର ଏକ ଭାଏଲ୍‌ କେବଳ ସେତେବେଳେ ଖୋଲାଯାଏ ଯେତେବେଳେ ୧୦ ଜଣ ରୋଗୀ ଟିକା ଡୋଜ୍‌ ନେବା ପାଇଁ ଉପଲବ୍ଧ ହୁଅନ୍ତି। ବେଳେବେଳେ ଯଦି ଭାଏଲ୍‌ ଖୋଲାଯାଇଛି, ଏବଂ କମ୍‌ ଲୋକ ଉପସ୍ଥିତ ଥାଆନ୍ତି- ଅନ୍ୟମାନେ କିଛି ଘଣ୍ଟା ମଧ୍ୟରେ ଆସି ନଥାନ୍ତି- ସେ କ୍ଷେତ୍ରରେ ସେହି ଭାଏଲ୍‌କୁ ଅଲଗା ରଖାଯାଏ।
ଏହି ସମୟରେ କିଛି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଟିକାର ଦ୍ୱିତୀୟ ଡୋଜ୍‌ ନେଇ ନଥିବା ସତ୍ତ୍ୱେ ସେମାନଙ୍କ ମୋବାଇଲ୍‌ ଫୋନକୁ ବାର୍ତ୍ତା ଆସୁଛି ଯେ ଟିକାର ଦ୍ୱିତୀୟ ଡୋଜ୍‌ ସେମାନଙ୍କୁ ଦିଆଯାଇଛି।
ତିଲପାଇ ଗାଁର ନିର୍ମଳ ଯାଦବ ଏବଂ ବିମଳ କୁମାର କହିଛନ୍ତି ଯେ ସେମାନେ ସେମାନଙ୍କର ଦ୍ୱିତୀୟ ଡୋଜ୍‌ ନେଇଥିବା ମୋବାଇଲ୍‌ ଫୋନରେ ବାର୍ତ୍ତା ପାଇଛନ୍ତି। କିନ୍ତୁ ବାସ୍ତବରେ ଆମେ ଏପର୍ଯ୍ୟନ୍ତ କୋଭିସିଲ୍‌ଡ ଟିକାର ଦ୍ୱିତୀୟ ଡୋଜ୍‌ ଗ୍ରହଣ କରିନାହୁଁ ବୋଲି ସେମାନେ କହିଛନ୍ତି।

ad-week
Leave A Reply

Your email address will not be published.