ଅବକାରୀ ଚଢ଼ଉ, ମହୁଲ ଜବତ, ଜଣେ ଗିରଫ

add-all

ଦାରିଙ୍ଗବାଡ଼ି,୩୦/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସ୍ଥିତ ଜୁଡାବାଡ଼ି ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଗିରଫ ଜଣକ ହେଲେ ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ । ଚୋରା ମହୁଲ ବେପାର କରୁଥିବା ନେଇ ଅବକାରୀ ବିଭାଗ ସୂଚନା ପାଇ ଅବକାରୀ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱ କ୍ରମେ ରାଇକିଆ ଅବକାରୀ ଥାନା ଇନଚାର୍ଜ ସାନ୍ତୁନୁ କୁମାର ପଟ୍ଟନାୟକ,ବାଲିଗୁଡା ଅବକାରୀ ଥାନା ଇନଚାର୍ଜ ପ୍ରଦୀପ କୁମାର ରଥ ସମେତ ଅବକାରୀ କର୍ମଚାରୀ ମାନେ ଚଢ଼ଉ କରି ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରିଥିଲେ । ଏନେଇ ମାମଲା ନଂ ୧୦/୨୨ ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଜବତ ମହୁଲର ମୂଲ୍ୟ ୪୬ ହଜାର ଟଙ୍କା ହେବ ବୋଲି ଇନିସପେକ୍ଟର ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.