ମାଲକାନଗିରି,(୩୦।୪) : ମାଲକାନଗିରି ଜିଲ୍ଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ସଭା ଗୃହରେ ବର୍ଷାଜଳ ସଂରକ୍ଷଣ କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି | ମାଲକାନଗିରିଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯାଳୟ ଅଗଷ୍ଟ ୧୫- ୨୦୨୨ ସୁଦ୍ଧା ବର୍ଷାଜଳକୁ ନେଇ ଏକ ପ୍ରଜେକ୍ଟ ରିପୋର୍ଟ ଡିଆରଡିଏକୁ ଦେବେ ଏବଂ ଅଗଷ୍ଟ ୧୫- ୨୦୨୩ ସୁଦ୍ଧା ଏହା କାର୍ଯାକାରି ହେବ ବୋଲି ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ପ୍ରକଳ୍ପକୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା ବନାଞ୍ଚଳ କାଯ୍ୟାଳୟ, ଜଳ ସଂରକ୍ଷଣ କାଯ୍ୟାଳୟ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପୌର ପରିଷଦ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସମୀକ୍ଷା କରା ଯାଇଥିଲ।। ଆସନ୍ତା ମଇ ମାସ ୭ ତାରିଖରେ ମାଲକାନଗିରି ଜିଲ୍ଲାର ପ୍ରତି ପଞ୍ଚାୟତରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବା ଏହି ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୁୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲ।। କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଡି.ସୁଧାକର କୁମାର, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ ସମୀର ଦାସ, ଅତିରିକ୍ତ ପ୍ରକଲ୍ପ ନିର୍ଦେଶକ ଡି.ଆର୍.ଡି.ଏ. ସୁଭଶ୍ରୀ ସାହୁ, ପୋଟେରୁ କେନାଲ ଡିଭିଜନର ସୁପରିଂଟେଣ୍ଡେଂଟ ମଙ୍ଗଲାଲ ଜୈନ ଏବଂ ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲୋ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବର୍ଷାଜଳକୁ ସମୁଦ୍ରରେ ନ ମିଶିବାକୁ ଦେଇ ଏହାର ସଂରକ୍ଷଣ ସଦୁପ ଯୋଗ ଓ ପୁନଃ ବ୍ୟବହାର କରିବା ଏବଂ ପରିବେଶକୁ ସନ୍ତୁଳିତ କରିବ। ।
