ମାଓଦମନ ସହ ବୃଦ୍ଧା ଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାରେ ମାଲକାନଗିରି ପୋଲିସ ବାହିନୀର ଡିଭିଏଫ ଯବାନ…

add-all

ମାଲକାନଗିରି : ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା।ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା।ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରିପଡିଥିଲେ।ତେବେ ଯବାନଙ୍କ ପାଖରେ ଗାଡି ନଥିଲା।ପ୍ରାୟ ଦୁଇ କିଲୋମିଟର ଦୁରରେ ସେମାନଙ୍କର ଗାଡି ଅଟକି ରହିଥିଲା।ତେଣୁ ବୃଦ୍ଧଙ୍କୁ ଏକ ଖଟିଆରେ ବୋହି କରି ନେଇ ଗାଡି ପର୍ଯ୍ୟନ୍ତ ପହଞ୍ଚାଇଥିଲେ।ସେଠାରୁ ବୃଦ୍ଧଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସାରେ ସହଯୋଗ କରାଇଥିଲେ।

ad-week
Leave A Reply

Your email address will not be published.