କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ…

add-all

ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ର ଜଣେ ମହିଳା କାଲି ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ, ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ। ତାପରେ ପରିବାର ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଯାଇଥିଲେ ହେଲେ ମହିଳା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ସ୍ଥିତ ମୁଖ୍ୟ ଚିକିତ୍ସାଳୟ କୁ ରେଫର କରାଯାଇଥିଲା କିନ୍ତୁ ମାଲକାନଗିରି ମେଡିକାଲ ନେବା ସମୟ ରେ ରାସ୍ତାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା। ମହିଳା ଜଣକ ଏମ.ପି.ଭି ୩୩ ଗ୍ରାମ ର ଗୈତମ ବୈରାଗୀ ଙ୍କ ସ୍ତ୍ରୀ ଅନିକା ବୈରାଗୀ ବୋଲି ଜଣାପଡିଛି। ଅନିକା ବୈରାଗୀ ଅତି ଗରିବ ଶ୍ରେଣୀର ମହିଳା ଓ ତାଙ୍କ ର ଛୋଟ ଛୋଟ ଦୁଇ ଟି ପୁଅ ଅଛି। ଏହି ଛୋଟ ଛୋଟ ପିଲା ଦୁଇଟି କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଘଟଣା ସ୍ଥଳ ରେ କୋଇମେଟଲା ସରପଞ୍ଚ ମୁନ୍ନା ପଡ଼ିଆମି ଯାଇ ପରିବାର କୁ ସମବେଦନା ଜଣାଇବା ସହିତ ହରିଚଦ୍ର ଯୋଜନା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ad-week
Leave A Reply

Your email address will not be published.