
ଫୁଲବାଣୀ:-କନ୍ଧମାଳର ବିଶିଷ୍ଠ ସାହିତ୍ୟିକ, ଗାଳ୍ପିକ, ମଞ୍ଚ ସଂଚାଳକ , ସଂଗଠକ ତଥା ଶିକ୍ଷାବିତ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଙ୍କୁ ଫୁଲବାଣୀର ଜଣାଶୁଣା ସାହିତ୍ୟ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ତରଫରୁ ତାର ଦ୍ୱାଦଶ ପୁସ୍ତକ ମେଳା ଅବସରରେ କନ୍ଧମାଳ ର ଶ୍ରେଷ୍ଠ ଶିଶୁ ସାହିତ୍ୟିକ ଭାବରେ ପୁରସ୍କୃତ କରାଯାଇଛି l ଆୟୋଜିତ ଏହି ପ୍ରତିଭା ସମର୍ଦ୍ଦନା କାର୍ଯ୍ୟକ୍ରମରେ ବିଶିଷ୍ଠ ସାହିତ୍ୟିକ ବୋମ୍ୟକେଶ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି, ଅବସରପ୍ରାପ୍ତ ଅଧ୍ୟାପକ ତୀର୍ଥ ଯାନୀ , ସଭାପତି ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା,ସମ୍ପାଦକ କାହ୍ନୁ ଚରଣ ଶତପଥୀ, ପ୍ରଣତି ତ୍ରିପାଠୀ ରୁପାମ୍ବିକl ପାତ୍ର ସୁନିତ ଆଚରି, ଲିନାଚାନ୍ଦ,ସଦାଶିବ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ଧଳଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ l ଶ୍ରୀ ଧଳ କନ୍ଧମାଳର ଜଣେ ଜଣାଶୁଣା ପ୍ରତିଭା, l ଅଧୁନା ସେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧ ରେ ପ୍ରଧାନlଚାର୍ଯ୍ୟ ଥିଲେ ମଧ୍ୟ ଜିଲ୍ଲାର ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି l ବର୍ତ୍ତମାନ ଫୁଲବାଣୀ ସଂବାଦ ସାହିତ୍ୟ ଘରର ସମ୍ପାଦକ ଅଛନ୍ତି l ଜିଲ୍ଲା ଲେଖକ ସାମୁଖ୍ୟର ପ୍ରାକ୍ତନ ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଫୁଲବାଣୀର ପ୍ରାକ୍ତନ ସଂମ୍ପାଦକ, ଶିଶୁ ପତ୍ରିକା ଫୁଲରାଣୀର ସମ୍ପାଦକ ଥିଲେ l ଏହା ପୂର୍ବରୁ ଶ୍ରୀ ଧଳ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପ୍ରଦତ୍ତ ଅବନା କବିତାରେ ଭାବୁକ କବି ସମ୍ମାନ, ଗଳ୍ପରେ ଶାନ୍ତନୁ ସ୍ୱାଇଁ ସ୍ମୃତି ସମ୍ମାନ, ଶିଶୁ ସାହିତ୍ୟ ରେ ଜୟନ୍ତୀ ପଣ୍ଡା ସ୍ମୃତି ସମ୍ନାନ, ବନାନୀ ସାହିତ୍ୟ ପରିଷଦ, ଦାରିଂଗବାଡ଼ି ତରଫରୁ ବନାନୀଶ୍ରୀ ସମ୍ମାନ, ବନକୁସୁମ ପ୍ରତିଷ୍ଠାନ ,ବ୍ରହ୍ମପୁର ତରଫରୁ ବନଶ୍ରୀ ସମ୍ମାନ, ବର୍ତ୍ତମାନ ସମାଚାର ତରଫରୁ ଯୁବ କବି ସମ୍ମାନ, ଶିକ୍ଷା ବିକାଶ ତରଫରୁ ଶିକ୍ଷାସୃଜନୀ ସମ୍ମାନ, ନାରାୟଣୀ ଯାତ୍ରା ତରଫରୁ ଶ୍ରେଷ୍ଠ ବିଚାରକ ସମ୍ମାନ ପ୍ରଭୃତି ପାଇଛନ୍ତି l ତାଙ୍କର ଶିଶୁ କବିତା ନୂଆ ବରଷ ତୁମେ କାହିଁକି ଆସ,ଶିଶୁ ଗଳ୍ପ ପିଲାଙ୍କ କାହାଣୀ ମୁଣି ଓ ବୈଦିକ ଗଣିତ ପ୍ରଶ୍ନ କଠିନ ସରଳ ସମାଧାନ ବେଶ ପାଠକୀୟ ଆଦୃତି ଲାଭ କରିଛି l ଏହି ସଫଳତା ପାଇଁ କବି ପ୍ରସନ୍ନ ପଣ୍ଡା, ଡ଼ଃ ନୃସିଂହାନନ୍ଦ ମହାପାତ୍ର ପ୍ରମୁଖ ଭୁୟସୀ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।