
ଦାରିଙ୍ଗବାଡି:, ଦାରୀଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଇନ୍ଦିରା କଲୋନୀର ବିଦ୍ୟୁତ ଉପଭୋକ୍ତା ଦୁଇଦିନ ଧରି ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ଖବର ହସ୍ତଗତ ହୋଇଛି। ବିଦ୍ୟୁତ ଉପଭୋକ୍ତା ମାନେ ବିଭାଗୀୟ ଲାଇନ ମ୍ୟାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଧା ଖାମଖିଆଲ ମାନଭାବ ନେଇ ଆଜିଯାଏ ବିଦ୍ୟୁତ ସେବା ଯୋଗାଇବାରେ ଅବହେଳା କରିଥିବା ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି, ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ସର୍ଵ ସାଧାରଣ ଡହଳ ବିକଳ ହେଉଥିବା ବେଳେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ମନମୁଖୀ ମନଭାବରୁ ଉପଭୋକ୍ତା ହଇରାଣ ହରକତ ହେଉଛନ୍ତି। ବର୍ତ୍ତମାନ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଛି। କରେଣ୍ଟ ନଥିବାରୁ ଇନ୍ଦିରା କଲୋନୀର ବିଦ୍ୟୁତ ଉପଭୋକ୍ତା ମାନେ ଗ୍ରୀଷ୍ମର ତାତି ସହିତ ପିଲାଙ୍କପରୀକ୍ଷା ପାଇଁ ଚିନ୍ତାରେ ପଡିଛନ୍ତି। ଏହି ସମସ୍ୟା ନେଇ ଅଡବାରେ ରହୁଥିବା ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଜଣାଇବାରୁ ଲାଇନ ମ୍ୟାନଙ୍କୁ କହି ବିଦ୍ୟୁତ ସଂଯୋଗ ଯଥା ସମ୍ଭବ ଯୋଗାଇ ଦିଆଯିବ କହିଥିବା ବେଳେ ବ୍ରାହ୍ମଣୀଗାଁ ଦାୟିତ୍ୱରେ ଥିବା ଲାଇନ ମ୍ୟାନ କେବୁଲ କଟିଯାଇଛି ଅଫିସରେ କେବୁଲ ତାର ନାହିଁ, ଉପଭୋକ୍ତା ମାନେ ସର୍ବିସିଂ ତାର କିଣିଲେ ଯାଇ ବିଦ୍ୟୁତ ସଂଯୋଗ କରାଯାଇ ପାରିବ କହିଛନ୍ତି। ଯାହାରି ଫଳରେ ବିଦ୍ୟୁତ ଉପଭୋକ୍ତା ମାନେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବା ପାଇଁ ପ୍ରସ୍ତୁତ ହେବା ସହିତ ଆସନ୍ତାକାଲି ସୁଧା ବିଦ୍ୟୁତ ଯୋଗାଇ ଦିଆନଗଲେ ସବଷ୍ଟେସନ ଆଗରେ ଧାରଣାରେ ବସିବାର ନିଷ୍ପତି ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।