କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

add-all


ପାତ୍ରପୁର : ଜରଡ଼ା ଥାନା ବାଦପୁର ପଞ୍ଚାୟତ ଦେସାରି ଗ୍ରାମର ସିମାଞ୍ଚଳ ନାଇକ (କାଳୁ) ୨୮ କେରଳ ର ଏକ କମ୍ପାନୀ ରେ କାମ କରିବାକୁ ୧୫ ଦିନ ତଳେ ଯାଇଥିବା ବେଳେ ବୁଧବାର ଭୋର୍ ସକାଳୁ ଏକ ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମମାଟି ଦେଶାରି ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା ଚାଲିଛି। ସିମାଞ୍ଚଳ ର ମୃତ୍ୟୁ ପରେ ୪ବର୍ଷ ର କନ୍ୟା ବାପ ଛେଉଣ୍ଡ ହୋଇଥିବା ବେଳେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି। ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାରି ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.