ମହିମା ଅଲେଖ ଧର୍ମର ଉପାସକଙ୍କ ପରଲୋକ

add-all

ଚିକିଟି : ପାତ୍ରପୁର ବ୍ଲକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ଆମୁଣ୍ଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ମହିମା ଅଲେଖ ଧର୍ମର ବିଶିଷ୍ଠ ଉପାସକ ମାଗୁଣି ମହାନ୍ତିଙ୍କ ପରଲୋକ ହୋଇଯାଇଛି । ବ୍ରହ୍ମପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ ପରେ ତାଙ୍କ ମୃତ ଦେହକୁ ଆମୁଣ୍ଡି ଗ୍ରାମକୁ ଅଣାଯାଇଥିଲା।ମହିମା ଅଲେଖ ଧର୍ମର ବହୁ ସାଧୁ ସନ୍ୟାସୀଙ୍କ ସହ ଚିକିଟି ନିର୍ବାଚନମଣ୍ଡଳୀର ବହୁ ବ୍ୟକ୍ତି ପହଂଚି ଶେଷଦର୍ଶନ କରିବା ପରେ ଏକ ରଥରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ ସମାଧି ଦିଆଯାଇଥିଲା । ୧୯୧୮ ମସିହାରେ ଜନ୍ମିତ ମାଗୁଣି ମହାନ୍ତି ଜଣେ ଶତାୟୁ ମହିମା ଧର୍ମର ଉପାସକ ଥିଲେ । ମାତ୍ର ୨୧ ବର୍ଷ ବୟସରୁ ସେ ମହିମା ଅଲେଖ ଧର୍ମ ଗ୍ରହଣ କରିଥିଲେ । ଶିକ୍ଷକତା ଜୀବନରୁ ଅବସର ନେବା ପରେ ସନ୍ୟାସୀ ଭାବେ ରହି ଆସୁଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତିନିପୁଅ ଓ ଚାରିଝିଅ ସହିତ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ । ସେ ଚିକିଟି ନିର୍ବାଚନ ମଣ୍ଡଳୀର ବିଜେଡି ମହିଳା ନେତ୍ରୀ ରିତା ମହାନ୍ତିଙ୍କ ବାପା ଅଟନ୍ତି । ଶତାୟୁ ବ୍ୟକ୍ତିଙ୍କ ବିୟୋଗରେ ଶୋକର ଛାୟା ଖେଳିଯିବା ସହିତ ଆମୁଣ୍ଡି ଗାଁ ଶୋକକୁଳ ହୋଇଯାଇଛି।

ad-week
Leave A Reply

Your email address will not be published.