ମିଡ଼ିୟୁବାନ୍ଦା ପ୍ରପାତ ପାହାଡରେ ଠାବ ହେଲା ହନୁମାନଙ୍କ ଆକାରର ପଥର, ଦେଖିବାକୁ ଅଞ୍ଚଳ ବାସୀଙ୍କ ଭିଡ଼

add-all

ଦାରିଙ୍ଗବାଡ଼ି,୫/୫ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ବେସ ପରିଚିତ। ଏହି ବ୍ଲକ ଅନ୍ତର୍ଗତ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଛି। ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି ଜଳପ୍ରପାତକୁ ନିଶ୍ଚିତ ବୁଲିବାକୁ ପସନ୍ଦ କରନ୍ତି। ଗୁରୁବାର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ଏକ ଟିମ୍‌ ମିଡ଼ିୟୁବାନ୍ଦା ଜଳପ୍ରପାତର ବିକାଶ ପାଇଁ ସେଠାରେ ପହଞ୍ଚିଥିଲେ। ସେହି ଅଞ୍ଚଳ ବୁଲିବା ସମୟରେ ଏକ ବିଶାଳକାୟ ପଥର ଦେଖିବାକୁ ପାଇଥିଲେ ଯାହାକି ଅବିକଳ ହନୁମାନଙ୍କ ଆକାରର ପଥର। ଏହା ଦେଖି ରାଜ୍ୟ ଟିମ୍‌ ଏହାର ଫଟୋ ଉତ୍ତୋଳନ କରିନେଇଛନ୍ତି। ଏହାକୁ ଅଧିକ ଯାଞ୍ଚ କରାଯିବ ବୋଲି ବିଡିଓ ପାତ୍ର କହିଛନ୍ତି। ଦାରିଙ୍ଗବାଡ଼ିର ଏହି ମିଡ଼ିୟୁବାନ୍ଦା ଜଳପ୍ରପାତ ସମ୍ପର୍କିତ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା। ଜଣେ ଋଷି ଉକ୍ତ ଭିଡିଓ ମାଧ୍ୟମରେ କହିଥିଲେ ଯେ, ଓଡ଼ିଶାର କନ୍ଧମାଳ ଜିଲାର ଏହି ଜଳପ୍ରପାତ ଏକ ଦେବ ଭୂମି। ତେବେ ଏହି ଭାଇରାଲ ଭିଡିଓ ସହ ଏବେ ଏହି ପଥର ଅବିକଳ ହନୁମାନଙ୍କ ଭଳି ଆକାର ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସ୍ଥା ପ୍ରକଟ ହୋଇଛି। ଏଭଳି ହନୁମାନ ଆକାରର ପଥର ଚିହ୍ନଟ କରିଥିବାରୁ ସ୍ଥାନୀୟ ଲୋକ ପ୍ରଶାସନକୁ ସାଧୁବାଦ ଦେବା ସହ, ଦେଖିବାକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି।

ad-week
Leave A Reply

Your email address will not be published.