
ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇରିଆ ରୋଗ ମହାମାରୀ ରୂପ ନେଇଥିବା ନେଇ ନିସର୍ତ ରେ ଖଵର ପ୍ରକାଶନ ପାଇଥିଲା ।ଖବର ପ୍ରକାଶନ ପରେ ଗୁରୁବାର ସଂନ୍ଧ୍ୟାରେସ୍ବାସ୍ଥ୍ୟ ବିଭାଗର ଏକ ଟିମ ଶେରଗଡ ବ୍ଳକ ଠୁରୁବୁରାଈ ପଞ୍ଚାୟତ ଖାସପା ଗ୍ରାମ ରେ ପହଞ୍ଚି ବ୍ୟାପୀ ଥିବା ଝାଡ଼ାବାନ୍ତି ସମ୍ପର୍କରେ ବୁଝିଥିଲେ। ଗ୍ରାମବାସୀଙ୍କୁ ପ୍ରତିକାର ନିମନ୍ତେ ବୁଝାଇଥିଲେ। କିଛି ଆକ୍ରାନ୍ତ ଙ୍କୁ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ। ଦୁଷିତ ପାଣି ପିଇବା ହେତୁ ଏହି ଭୋଗ ଦ୍ଯାପୁଥିବା ବିଶେଷଜ୍ଞମାନେ କହିଛନ୍ତି । ହିଞ୍ଜିଳିକାଟୁ ଓ ଶେରଗଡ ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇନିଆ ରୋଗ ମହାମାରୀ ରୂପ ନେଇଛି । । ପାଚଂ ଦିନ ତଳେ ଜଣେ ସମ୍ପର୍କୀୟ ଙ୍କ ଭୋଜି ଖାଇ ଶେରଗଡ ବ୍ଳକ ଠୁରୁବୁରାଈ ,ବାଇସିପୋଳ ଓ ଖାସପା ଗ୍ରାମର ୫୦ରୁ ଉର୍ଦ୍ଧ୍ଵ ଗ୍ରାମ ବାସୀ ଝାଡା ବାନ୍ତି ହୋଇଥିବା ରୋଗୀ କହିଛନ୍ତି । ଏଥିରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। । ଖାସପା ଗ୍ରାମର ଵହୂ ଗ୍ରାମବାସୀ ଲୁଚା ଛପାରେ ୱୌଷଧ କିଣି ଖାଉଥିବା ବଳେ ଦୁଇ ଜଣ ଗୁରୁତର ଭାବେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଉଥିବା ବେଳେ ଭୟରେ ଆଖ ପାଖ ଅଞ୍ଚଳରେ ଚିକିତ୍ସିତ ହେଉଛନ୍ତି।ଘଟଣାରରୁ ପ୍ରକାଶ କରାଯାଇଥିବା ପାନୀୟଜଳ ଠିକ ଭାବରେ ଫିଲଟର ହେଇନଥିବା ସହ ନିୟମିତ କ
ବ୍ଳିଚିଂ ପାରତର ପକାନଯିବା ହେତୁ ଏହି ରୋଗ ବ୍ୟାପୁଥିବା ଆଲୋଚନା ହେଉଛି । ଅପରପକ୍ଷରେ ଦୂଷିତ ଜଳ ବ୍ୟବହାର ହେତୁ ଏହି ରୋଗ ବ୍ୟାପୃଥିବା ଡାକ୍ତର କହିଛନ୍ତି । ପାନୀୟ ଜଳକୁ ବିଶୁଦ୍ଧ କରି ପିଇବା ସହ ଦୂଷିତ ପାଣି ବ୍ୟବହାର ନକରିବାକୁ ତା. ସାହୁ ପରାମର୍ଶ ଦେଇଛନ୍ତି ।