
ରାଉରକେଲା/ବଣାଇ,(୦୫/୦୫) : ବଣାଇ ବନଖଣ୍ଡ ଟିକାୟତ ପାଲି ସେକ୍ସନ ଅନ୍ତର୍ଗତ ବଳିତା କୁଦର ଗ୍ରାମର ନାଳ ପାଖରେ କୁଟୁରା ମାଂସ କାଟୁଥିବା ସମୟରେ ତିନି ଅଭିଯୁକ୍ତ କୁ ଗିରଫ କରାଯାଇଛି ସେମାନେ ହେଲେ ମହାନ୍ତ ମୁଣ୍ଡା, ଲିଙ୍ଗରାଜ ପେଣ୍ଠେଇ, ସୋମନାଥ ପ୍ରଧାନ।
ସୂଚନା ଅନୁସାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ବନ୍ୟପ୍ରାଣୀ ପାଣି ପିଇବା ଉଦ୍ଦେଶ୍ୟ ରେ ଗାଁ ନିକଟକୁ ଚାଲି ଆସୁଛନ୍ତି । ସେହିପରି ଭାବେ ଆଜି ସକାଳ ୯ଟା ସମୟରେ ଏକ କୁଟୁରା ପାଖ ଜଙ୍ଗଲରୁ ବଳିତା କୁଦର ନିକଟକୁ ଚାଲି ଆସିବାରୁ ଗାଁ କୁକୁର କ଼ଂ ଆକ୍ରମଣ ର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ କହୁଥିବା ବେଳେ ବ୍ୟବଛେଦ ପରେ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛି ବନ ବିଭାଗ। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ମୃତ କୁଟୁରା କୁ ନେଇ ସେମାନେ ମାଂସ ଉଦ୍ଧେଶ୍ୟରେ କାଟୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଟିକାୟତ ପାଲି ଫରେଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି, ନିଜର ସହକର୍ମୀ କୁ ନେଇ ଗ୍ରାମ ରେ ଅତର୍କିତ ଚଢ଼ାଉ କରି ମାଂସ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଵଣାଇଁ ରେଞ୍ଜ ଅଫିସ କୁ ଆଣିଥିବା ଜଣାପଡିଛି।ମୃତ କୁଟୁରା ର ଅବଶିଷ୍ଟ ଅଂଶ କୁ ଵଣାଇଁ ବ୍ରାହ୍ମଣୀ ନର୍ସରୀ କୁ ନିଆଯାଇ ଵଣାଇଁ ର ପ୍ରାଣୀଧନ ଚିକିତ୍ସା ଅଧିକାରୀ ଚନ୍ଦନ କୁମାର ମହାନ୍ତି କଂ ଦ୍ଵାରା ବ୍ୟବଛେଦ କରାଯିବା ପରେ ସମସ୍ତ ମାଂସ କୁ ନଷ୍ଟ କରାଯାଇ ମାଟି ଖୋଳି ପୋତି ଦିଆଯାଇଥିଲା। ଗିରଫ ଅଭିଯୁକ୍ତ କଂ ସହିତ ସମସ୍ତ ଘଟଣା ଉପରେ ଵଣାଇଁ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ତଦନ୍ତ ଜାରି ରଖିଥିବା ବେଳେ , ତଦନ୍ତ ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି