
ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ହେଉଥିବା ଦୁର୍ନୀତି , ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝୀଙ୍କ ନାମରେ ଆସିଥିଵା ଯୌନ କେଳେଙ୍କେରି ଓ ଅହେତୁକ ଵିଦ୍ୱତ କାଟ୍ ର ପ୍ରତିଵାଦ ରେ ବିଜେପି ଉମରକୋଟ ତରଫରୁ ଏକ ଵିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ରଥମେ ଉମରକୋଟ ଥାନାରେ ପହଞ୍ଚି ଶ୍ରୀ ପ୍ରକାଶ ମାଝୀଙ୍କୁ ଶିଘ୍ର ଗିରଫ କରିବାକୁ ଦାବି କରା ଯାଇଥିଲା। ସେଠାରୁ ଶୋଭାଯାତ୍ରାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ପହଞ୍ଚି ଉନ୍ନତି ମୂଳକ କାର୍ଯ୍ୟ ରେ ହୋଇଥିବା ଅନିୟମିତତା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ବିନା ଦୂର୍ନିତିରେ ହିତାଧିକାରୀ ଙ୍କୁ ସେବା ଯୋଗାଇ ଦେବାକୁ ଵିଡିଅ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା , ପରିଶେଷରେ ଵିଦ୍ୱତ ବିଭାଗ ଅଧିକାରୀ ଙ୍କୁ ଭେଟି ଘନ ଘନ ବିଦ୍ୱତ ବିଭ୍ରାଟ ନକରି ଚବିଶି ଘଣ୍ଟା ଵିଦ୍ୱତ ଯୋଗାଇବା ସହ ବଞ୍ଚିତ ଥିବା ସମସ୍ତ ଗ୍ରାମଗୁଡିକୁ ଅବିଳମ୍ବେ ବିଦ୍ୱତ ସେଵା ଯୋଗାଇ ଦେଵାକୁ ଦାବିପତ୍ର ଦେବାସହ ପୁନଃ ବିଜୁଳି ବିଭ୍ରାଟ ଜାରି ରହିଲେ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦିଆଯାଇ ଥିଲା।ଏ ଶୋଭାଯାତ୍ରାର ନେତୃତ୍ୱ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାୟକ , ଉମରକୋଟ ନେଇ ଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କଳାହାଣ୍ଡି ପ୍ରଭାରୀ ରମେଶ ସାହୁ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ଉପ ସଭାପତି ସୟଦ କାଜାମ ମଦାନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ, ପୂର୍ବତନ ଜିଲ୍ଲା ସଭାପତି ତଥା ରାୟଗଡ଼ା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ,ନଗର ମଣ୍ଡଳ ସଭାପତି ସୁରେଶ ଆଚାର୍ଯ୍ୟ ଭାଇ,ଶ୍ୟାମଲାଲ କଲାର, ଜିଲ୍ଲା ଉପସଭାପତି ଅଚ୍ୟୁତ ବିଷୋୟୀ,ମହିଳା ମୋର୍ଚ୍ଚା ନେତ୍ରୀ ମନ୍ଦିରା ନାୟକ,ବାସନ୍ତି ମାଝୀ ଙ୍କ ସହ ହଜାର ସଂଖ୍ୟକ ଦେଵଦୂର୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।