ଯୋଡ଼ାମ୍ବ ଥାନା ଅଧିକାରୀଙ୍କୁ ଭାବ ପୂର୍ଣ୍ଣ ବିଦାୟ

add-all


ଚିତ୍ରକୋଣ୍ଡା (୦୭/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନଞ୍ଚଳର ଯୋଡ଼ାମ୍ବ , ଦାରଲାବେଢା,ଗ୍ରାମବାସୀ ଙ୍କ ଦ୍ୱାରା ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନିଲ କୁମାର ପରିଡା ନୂତନ ରୂପେ ଗଠିତ ପ୍ରଥମ ଥାନା ଅଧିକାରୀ ରୂପେ ୨୦/୦୨/୨୦୨୦ ମସିହାରେ ଦାୟିତ୍ଵ ଗ୍ରହଣ କରିଥିଲେ। ସେହି ସମୟରେ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ, ଦାରଲାବେଢା, ପନସଫୁଟ, ଗୋରାସେତୁ ଅଞ୍ଚଳ ମାଓବାଦୀଙ୍କ ଚରାଭୂଇଁ ଥିଲା। ପ୍ରତ୍ୟେକ ମହୁର୍ତ୍ତରେ ନିଜ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଲୋକଙ୍କ ଭଲ ମନ୍ଦରେ ଓ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଲୋକଙ୍କ ନିକଟରେ ପହଞ୍ଚି ଯାଉଥିଲେ। । ଯେଉଁ ଅଞ୍ଚଳ ଦିନେ ମାଓବାଦୀଙ୍କ ଚରାଭୁଇଁ ଥିଲା ଲୋକେ ପୋଲିସ କୁ ନିଜର ବୋଲି ବିଶ୍ୱାସ କୁ ନେଇ ପାରୁନଥିଲେ କିନ୍ତୁ ଅନିଲ କୁମାର ପରିଡା ନିଜର ବ୍ୟକ୍ତିତ୍ୱ ଦ୍ୱାରା ଲୋକଙ୍କୁ ପୋଲିସର ନିକଟସ୍ତର କରିପାରିଥିଲେ। କିଛିଦିନ ତଳେ ଅନିଲ ପରିଡାଙ୍କୁ ଚିତ୍ରକୁଣ୍ଡ ଥାନା ଅଧିକାରୀ ଭାବେ ବଦଳି ହୋଇଯାଇଛି। ଗତକାଲି ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ କୁମାର ପରିଡାଙ୍କୁ ଦାରଲାବେଢା ଗ୍ରାମରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ମାଲକାନଗିରି ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଂଗୁଳୁ,ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବି.ଇ.ଓ.ଗାୟତ୍ରୀଦେବୀ,ପୂର୍ବତନ ବଡ଼ପଡା ଥାନା ଅଧିକାରୀ ଲଷ୍ମୀକାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.