୯ରେ ନୂଆଗାଁ ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

add-all

ରାଉରକେଲା (୭/୫) : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏପ୍ରିଲ ମାସରୁ ଆରମ୍ଭ କରାଯାଇଛି। ଚଳିତ ମାସ ୯ ତାରିଖ, ସୋମବାର ପୂର୍ବାହ୍ନ ୯ଟାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନୂଆଗାଁ ବ୍ଲକ ପରିସରଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ସହିତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ତେଣୁ, ଜନସାଧାରଣ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା, ଅଭିଯୋଗ ଆଦି ଉପସ୍ଥାପନ କରିବା ସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିପାରିବେ। ଏହାକୁ ଆଧାର କରି ପ୍ରଶାସନ ପକ୍ଷରୁ ଉନ୍ନୟନ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ ଓ ବ୍ୟାପକ କରାଯିବ। ସେହିପରି ଚଲିତ ମାସ ୧୭ ତାରିଖରେ ରାଜଗାଙ୍ଗପୁର ବ୍ଲକ, ୨୩ ତାରିଖରେ ଗୁରୁଣ୍ତି ଆ ବ୍ଲକ, ଏବଂ ୩୧ ତାରିଖ ରେ ବିଶ୍ରା ବ୍ଲକ ପରିସରରେ ସକାଳ ୯ ଘଟିକାରୁ ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ad-week
Leave A Reply

Your email address will not be published.