ଭୁବନେଶ୍ବରରେ ଇଣ୍ଡିଆନ୍ ଗ୍ରାଁ ପ୍ରି

add-all

ଭୁବନେଶ୍ବର: ଓଡ଼ିଶା ଦୌଡ଼କୁଦ ଦୁନିଆ ପାଇଁ ଶନିବାର ଆଉ ଏକ ଖୁସି ଖବର ଆସିଛି। ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫଆଇ) ଏବଂ ଓଡ଼ିଶା ଦୌଡକୁଦ ସଂଘ (ଓଏଏ) ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଁ ପ୍ରିର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।
ଚଳିତ ମେ’ ମାସ ୨୧ ତାରିଖରେ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଏବଂ ମେ’ ୨୪ରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୪ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଟ୍ବିଟର୍‌ ଆକାଉଣ୍ଟ୍‌ ଓଡ଼ିଶା ସ୍ପୋର୍ଟସ ସୂଚନା ଦେଇଛି। ଏହି ଦୁଇ ବଡ଼ ପ୍ରତିଯୋଗିତାରେ ଦୁଇ ଥର ଅଲିମ୍ପିକ୍ସ ପ୍ରତିନିଧିତ୍ବ କରିଥିବା ଦୂତି ଚାନ୍ଦଙ୍କ ସହ ଆଉ କିଛି ରାଜ୍ୟ ଖେଳାଳିଙ୍କ ଅଂଶଗ୍ରହଣର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.