ପୁଇଗୁଡା ଗ୍ରାମ ନିକଟ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା କଡରେ ବିରାଟ ଶୁଖିଲା ଗଛ ବିପଦ ସଂକୁଳ ଅବସ୍ଥାରେ

add-all

ଦାରିଙ୍ଗବାଡ଼ି,( ୮/୫) : ଦାରିଙ୍ଗବାଡ଼ି ପୂର୍ତ୍ତବିଭାଗ ଅଧିନସ୍ତ ଦାରିଙ୍ଗବାଡ଼ି-ପାଣିଗଣ୍ଡା ରାସ୍ତାରେ, ପୁଇଗୁଡା ଗ୍ରାମ ନିକଟ ରାସ୍ତା କଡରେ ଏକ ବିରାଟ ଶୁଖିଲା ଗଛ ରହିଛି। ସେହି ଶୁଖିଲା ଗଛର ବଡ଼ ସୁଖିଲା ଶାଖା ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ଯାଏ ପ୍ରସାରିତ ହୋଇ ରହିଛି। କେତେବେଳେ ଯେ ଛିଡି ପଡିବ କହି ହେଉନାହିଁ। ଯାହାରି ଫଳରେ ପଥଚାରୀ ହୁଅନ୍ତୁ କି ମୋଟର ସାଇକେଲ ଆରୋହି, କିବା ଚାରିଚକିଆ ଯାନ ଯୋଗେ ଯାତ୍ରାକରୁଥିବା ଯାତ୍ରୀ ହୁଅନ୍ତୁ, ସେହି ରାସ୍ତାଦେଇ
ଯାତାୟାତ କଲାବେଳେ ବିପଦକୁ ମୁଣ୍ଡେଇ ଯାତ୍ରା କରୁଥିବା ପ୍ରକାଶ ପାଇଛି। ପ୍ରକାଶ ଥାଉକି ପ୍ରତିଦିନ ଏହି ରାସ୍ତା ଦେଇ ଟୁରିଷ୍ଟ ଗାଡି ସମେତ, ଶତାଧିକ ଯାନବାହନ ଚଳାଚଳ ହେଉଛି। ଏହି ରାସ୍ତା ଦେଇ ବ୍ରାହ୍ମଣୀଗାଁ ବନାଞ୍ଚଳ ଓ ପୂର୍ତ୍ତ ବିଭାଗ ଅଧିକାରୀ , କର୍ମଚାରୀ ମାନେ ଯାତାୟତ କରୁଥିଲେ ସୁଧା ଏହି ବିପଦ ସଂକୁଳ ପରିସ୍ଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଆଗକୁ କାଳ ବୈଶାଖୀର ସମୟ ରହିଥିବା ବେଳେ , କେତେବେଳେ ଯେ ଏହି ସୁଖିଲା ଗଛ ଛିଡି ପଡ଼ି କାହାର ନା କାହାର ଜୀବନ ଚାଲିଯିବ ଏହି ସନ୍ଦେହକୁ ଏଡେଇ ଦେଇହେବ ନାହିଁ ବୋଲି ସର୍ଵ ସାଧାରଣରେ ଆଲୋଚନା ହେଉଥିବା ଖବର ହସ୍ତଗତ ହୋଇଛି। ଏହି ଆକସ୍ମିକ ବିପଦକୁ ଏଡେଇବା ପାଇଁ ବନ ବିଭାଗ ଓ ପୂର୍ତ୍ତ ବିଭାଗର ମିଳିତ ଉଦ୍ୟମରେ ମୁଖ୍ୟ ରାସ୍ତା କଡରେ ଥିବା ସୁଖିଲା ଗଛ ହଟେଇବାକୁ ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ଦାବି ରଖିଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.