ମଡେଲଙ୍କ ରହସ୍ୟଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

add-all

କୋଝିକୋଡେ: କେରଳର ଜଣେ ୨୦ ବର୍ଷୀୟ ମଡେଲଙ୍କ ମୃତ ଦେହକୁ ନିଜ ବାସଭବନରୁ ଉଦ୍ଧାର କରାଯାଇଛି। ଏହି ମଡେଲ ଜଣଙ୍କ କୋଝିକୋଡେ ସିଟିରେ ରୁହନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମଡେଲ ହେଲେ ଶାହାନ୍ନା। ଏହି ଘଟଣାରେ ତାଙ୍କ ସ୍ୱାମୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମଡେଲଙ୍କ ସ୍ୱାମୀ ହେଲେ ୩୧ ବର୍ଷୀୟ ସାଜ୍ଜଦ। ଝରକା ରେଲିଂରେ ତାଙ୍କ ମୃତ ଦେହ ଓହଳିଥିବା ବେଳେ ଉଦ୍ଧାର କରାଯାଇଛି। ଶାହାନ୍ନାଙ୍କ ରହସ୍ୟଜନକ ମୃତ୍ୟକୁ ନେଇ ଅନେକ ସନ୍ଦେହ ଉପୁଜିଛି। ଗୁରୁବାର ଶାହାନ୍ନା ତାଙ୍କ ଭାଇଙ୍କୁ ଯୋଗାଯୋଗ କରିଥିଲେ। ସେହିଦିନ ତାଙ୍କ ୨୦ ତମ ଜନ୍ମ ଦିନ ଥିଲା। ସେ ତାର ଜନ୍ମଦିନ ପାଳନ ନେଇ ବେଶ ଖୁସିଥିଲା। କିନ୍ତୁ ସେ ସେହିଦିନ କେବେବି ଆତ୍ମହତ୍ୟା କରିଥିବା ମୁଁ ଭାବି ପାରୁନି ବୋଲି ଶାହାନ୍ନାଙ୍କ ଭାଇ କହିଛନ୍ତି।
ଶାହାନ୍ନାଙ୍କୁ ତାଙ୍କ ସ୍ୱାମୀ ମର୍ଡ଼ର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶାହାନ୍ନାଙ୍କ ମା କହିଛନ୍ତି ଯେ, ତାଙ୍କ ସ୍ୱାମୀ ଶହାନ୍ନାଙ୍କୁ ହତ୍ୟା ଧମକ ଦେଇଥିଲେ। ଏକ ବିଜ୍ଞାପନରୁ ଶାହାନ୍ନା ପାଇଥିବା ଚେକ୍‌ ନଦେଲେ ସ୍ୱାମୀ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ। ଦେଢ଼ ବର୍ଷ ପୂର୍ବେ ନିଜ ପଡ଼ୋଶୀ ସାଜ୍ଜଦଙ୍କୁ ବିବାହ କରିଥିଲେ ଶାହାନ୍ନା। ସାଜ୍ଜଦ କ୍ୱାତରରେ କାମ କରନ୍ତି। ବିବାହ ପରେ ଶାହାନ୍ନା ମଡେଲିଂ କରିବା ଆରମ୍ଭ କରିଥିଲେ। ପତ୍ନୀ ଶାହାନ୍ନା ଅଧିକ ରୋଜଗାର କରିବା ପରେ ସ୍ୱାମୀ ଆଉ କ୍ୱତାର ଯାଇନଥିଲେ।
ଶାହାନ୍ନାଙ୍କ ରୋଜଗାର ଟଙ୍କାରୁ ଅଧିକାଂଶ ତାଙ୍କ ସ୍ୱାମୀ ଖର୍ଚ୍ଚ କରିଦେଉଥିଲେ। କେବଳ ସେତି ନୁହଁ ତାଙ୍କ ସ୍ୱାମୀ ମଧ୍ୟ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଶାହାନ୍ନାଙ୍କୁ ନିଜ ମା ଭେଟିବାକୁ ବାରଣ କରିଥିଲେ ସାଜଦ୍ଦ। ତେବେ ଶାହାନ୍ନା ରୋଜଗାର କରୁଥିବା ଟଙ୍କାକୁ ନେଉ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସ୍ୱମୀ ଉତ୍ତ୍ୟକ୍ତ ହୋଇ ତାଙ୍କ ପତ୍ନୀଙ୍କୁ ମର୍ଡ଼ର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.