ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ

add-all

ମାଲକାନଗିରି : ମନୁଷ୍ୟ ଜୀବନର ବାଲ୍ୟ ସମୟ ହେଉଛି ବହୁତ ମୂଲ୍ୟବାନ ସମୟ, ଯେଉଁ ସମୟରେ ନିଜ ଭବିଷ୍ୟତକୁ ଗଢି ତୋଳିବା ପାଇଁ ଅନେକ ସୁନେଲି ସ୍ବପ୍ନ ଦେଖିବା ସହିତ ତାକୁ ସାକାର ରୂପରେଖ ଦେବା ପାଈଁ ସମସ୍ତେ ତତ୍ପର କିନ୍ତୁ ଆଜିବି କିଏ ନା କିଏ କେଉଁଠି ନା କେଉଁଠି ଶିକ୍ଷା ଏବଂ ସଚେତନତା ର ଅଭାବ ଯୋଗୁଁ ନିରୀହ ଶୈଶଵ ବାଲ୍ୟ ବିବାହ ର ଫାସରେ ଛନ୍ଦି ହୋଇ ଉଜୁଡି ଯାଉଛି ଅନେକ ସ୍ବପ୍ନ ଏବଂ ଜୀବନ ।
ଏହି ଭଳି ଘୃଣ୍ୟ କୁପ୍ରଥା କୁ ସମୂଳେ ମୁଳତ୍ପତ୍ଟନ କରିବା ପାଈଁ ସରକାରୀ ସ୍ତରରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ସଂଘବଦ୍ଧ ଭାବରେ ଚେଷ୍ଟା ଜାରୀ ରଖିଛନ୍ତି । ଏ ଦିଗରେ ଲୋକଙ୍କୁ ସଚେତନ କରିବାପାଇଁ ହେଉ କିମ୍ବା ଲୋକଙ୍କ ପାଖରେ କୌଣସି ବାର୍ତ୍ତା ପହଞ୍ଚାଇବା ହେଉ କି ପଥପ୍ରାନ୍ତ ନାଟକ ପ୍ରଦର୍ଶନ ହେଉଛି ଏକ ବଳିଷ୍ଠ ମାଧ୍ୟମ। ମାଲକାନଗିରି ଜିଲ୍ଲାର ନେହୁରୁ ଯୁବ କେନ୍ଦ୍ର ଏବଂ ରାଜ୍ୟ ୟୁନିସେଫ ର ସହାୟତା କ୍ରମେ ମାଲକାନଗିରି ଜିଲ୍ଲାର ଆଓମା ଅନୁଷ୍ଠାନ ର ବିଶେଷ ରୁପେ ତାଲିମ ପ୍ରାପ୍ତ କଳାକାର ଙ୍କ ସହଯୋଗ କ୍ରମେ ନିଖୁଣ ଅଭିନୟ ଏବଂ ଆଞ୍ଚଳିକ ଭାଷା ମାଧ୍ୟମ ଦ୍ୱାରା ଵିଭିର୍ନ୍ନ ବ୍ଲକ୍ ଯଥା ମାଲକାନଗିରି, କୋରକୁଣ୍ଡା, ମାଥିଲି, କାଲିମେଳା, ଖଇରପୁଟ ବ୍ଲକ୍ ଅନ୍ତର୍ଗତ ଅନେକ ଗ୍ରାମରେ ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା ମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ ଏବଂ ଯାହାକୁ ଗ୍ରାମର ଆବାଳ ବୃଦ୍ଧ ବନିତା, ସମସ୍ତେ ଉପଭୋଗ କରିବା ସହିତ ସଚେତନତା ଏବଂ ପ୍ରତିଶୃତି ମୂଳକ ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ ମଧ୍ଯ କରିଥିଲେ।

ସେଇଥି ପାଇଁ ମାଲକାନଗିରି ନେହୁରୁ ଯୁବ କେନ୍ଦ୍ର ଏବଂ ରାଜ୍ୟ ୟୁନିସେଫ ର ସମସ୍ତ ସଦସ୍ୟଙ୍କ ତରଫରୁ ଆଓମା ଅନୁଷ୍ଠାନ ର କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.