ବିଦ୍ୟୁତ୍ ସମସ୍ୟା ନେଇ ଚିତ୍ରକୋଣ୍ଡା ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ

add-all


ଚିତ୍ରକୋଣ୍ଡା (୧୫/୦୫) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତ ଅନ୍ତର୍ଭୁକ୍ତ ବହୁ ଗ୍ରାମରେ ଦୁଇ ଦିନ ଧରି ବିଦ୍ୟୁତ୍ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବିଦ୍ୟୁତ୍ ସେବା ଓ ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇ ଆଜି ଅପରାହ୍ନ ସୁଦ୍ଧା କରେଣ୍ଟ ନଆସିବାରୁ ଗୁଣ୍ଠାୱାଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକା ଲୋକ ସନ୍ଧ୍ୟା ୬ ଠାରୁ ଚିତ୍ରକୋଣ୍ଡା ବିଦ୍ୟୁତ୍ ସବ ଷ୍ଟେସନ କାର୍ଯ୍ୟାଳୟ ଆଗରେ ଘେରାଉ କରିବା ସହିତ ଧାରଣାରେ ବସିଛନ୍ତି l ଲୋକେ ଦୁଇ ଦିନ ହେଲା ନିଜ ନିଜ ଗ୍ରାମରେ କରେଣ୍ଟ ନଥିବା, ନିୟମିତ କିଛି କିଛି ବିଦ୍ୟୁତ୍ ଦେୟ ବାନ୍ଧିବା ପରେ ମଧ୍ୟ ଅଧିକ ବଡ଼ ଧରଣର ବିଲ ଆସିବା ଏବଂ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ଏବଂ ଦୁଇ ଦିନ ହେଲା ମୋଟୁରୁ ବିଦ୍ୟୁତ୍ ନାହିଁ ବୋଲି ଅଭିଯୋଗ କରିବା ସହିତ l ପଇସା ବାନ୍ଧି ମଧ୍ୟ ବିଦ୍ୟୁତ୍ କାଟ କାହିଁକି କରାଯାଉଛି ବୋଲି କାର୍ଯ୍ୟାଳୟ ଆଗରେ ସମସ୍ୟା ସମାଧାନ ନେଇ ଧାରଣାରେ ବସିଛନ୍ତି l ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି l ଉକ୍ତ କାର୍ଯ୍ୟାଳୟ ଲୋକଙ୍କ ମଧ୍ୟରେ ହୋ ହାଲ୍ହା ଲାଗି ରହିଥିବାରୁ ଚିତ୍ରକୋଣ୍ଡା ଥାନା ତରଫରୁ ପୁଲିସ ମୃତୟନ ଅଛନ୍ତି l 

ad-week
Leave A Reply

Your email address will not be published.