ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର

add-all

ରାଉରକେଲା,(୧୫/୦୫) : ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଂଏଟ ଓ ସେକ୍ଟର ୨୨ଏମ୍ପେ୍ଲାଇଜ ୱେଲଫେୟାର ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲ।। ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ତତ୍ୱାବଧାନରେ ଏହି ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥୀଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ପି.ସି ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସୁନ୍ଦରଗଡ଼ ଜିଲା ପରିଷଦ ଉପାଧକ୍ଷ୍ୟ କମଲ ଲାକ୍ରା,ଟାଙ୍ଗରପାଲୀ ଥାନା ଅଧିକାରୀ ସୁଦର୍ଶନ ପଣ୍ଡା,ଡ଼ାକ୍ତର ଫକୀର ଚରଣ ହୋତା,ଡ଼ାକ୍ତର ବିଷ୍ଣୁପ୍ରିୟା ଦେଇ ଯୋଗ ଦେଇଥିଲେ । ଅତିଥି ଭାବେ ସାମାଜିକ କର୍ମୀ ବସନ୍ତ କୁମାର ପାଠୀ,ଦୀପକ ଦାଶ,ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାନ୍ତି,ଶ୍ରୀଚରଣ ସାମଲ,ରାଜ କିଶୋର ଭଂଜ,ମହେନ୍ଦ୍ର କୁମାର ନନ୍ଦ,ଅଧ୍ୟାପକ ବସନ୍ତ କୁମାର ଦାସ,ସନ୍ତୋଷ ଦାସ ଉପସ୍ଥିତ ଥିଲେ । ହାଇଟେକ ମେଡ଼ିକାଲ କଲେଜ ଚିକିତ୍ସାଳୟ ଡ଼ାକ୍ତରମାନଙ୍କ ଦ୍ୱାରା ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲ।। ସକାଳ ୯ଟାରୁ ଏହି ଶିବିର ଆରମ୍ଭ ହୋଇ ଅପରାହ୍ନ ୧.୩୦ମିନିଟରେ ସମାପ୍ତ ହୋଇଥିଲ।। ଏଥିରେ ମୋଟ ୧୬୫ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲ।। ଏଥିରେ ୯ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା ।ଏଥିରେ ନିଃଶୁଳ୍କ ଚଷମା ପ୍ରଦାନ କରାଯାଇଥିଲ।। ଏହି ଶିବିରକୁ ପରିଚାଳନା କରିବାରେ ଅଧ୍ୟାପକ ସୁନୀଲ ସାମଲ,ଚନ୍ଦ୍ର ଶେଖର ମୁନୀ,ଟ୍ରଷ୍ଟର ସଭାପତି ଶିବ ଶଙ୍କର ନାୟକ,ସମ୍ପାଦକ କ୍ଷୀରୋଦ ପଶାୟତ,ନରେନ୍ଦ୍ର ମଲ୍ଲିକ,ରାଧେଶ୍ୟାମ ଚିକ,ୟୁଧିଷ୍ଠିର ପଶାୟତ,ରାଜେନ୍ଦ୍ର ସୂତାର ସମେତ ଅନ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ । ଅନୁଷ୍ଠ।।ନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

ad-week
Leave A Reply

Your email address will not be published.