ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

add-all

ନୟାଗଡ଼ : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ନୟାଗଡ଼ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅର୍ଥ ନ ଦେଲେ ତାକୁ ଅଧିକ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ। ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପାଇଥିବା ଏହି ଦୁଷ୍କର୍ମକାରୀର ନାଁ ଜିତେନ୍ଦ୍ର ମହାରଣା। ତା’ ଘର ଫତେଗଡ଼ ଥାନା ଅନ୍ତର୍ଗତ ଗୋହିରିଆପଡ଼ାରେ।

ସ୍ୱତନ୍ତ୍ର ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ୨୦୧୯ ଏପ୍ରିଲ୍ ମାସରେ ଜିତେନ୍ଦ୍ର ମହାରଣା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ରିପୋର୍ଟ ହୋଇଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି। ନୟାଗଡ଼ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପୀଡ଼ିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଅମୀୟ ପଟ୍ଟନାୟକ ଏହି ମାମଲା ଲଢ଼ୁଥିଲେ।

ad-week
Leave A Reply

Your email address will not be published.