ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେଲେ ସାତ ମାସର ଗର୍ଭବତୀ ପ୍ରେମିକା

add-all

ନବରଙ୍ଗପୁର: ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇଛନ୍ତି ୨୪ ବର୍ଷ ବୟସର ଜଣେ ଯୁବତୀ। ଅଜାଣତରେ ବିବାହିତ ଯୁବକଙ୍କୁ ଭଲ ପାଇଁ ଭୁଲ କରିଛନ୍ତି। ଏବେ ନିଜ ଅଧିକାର ପାଇବା ପାଇଁ ଲଢ଼େଇ କରୁଛନ୍ତି। ସ୍ତ୍ରୀର ଅଧିକାର ଦାବିରେ ପ୍ରେମିକ ଘର ସମ୍ମୁଖରେ ୭ ମାସର ଗର୍ଭବତୀ ପ୍ରେମିକା ଧାରଣା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ୭ ବର୍ଷ ପୂର୍ବରୁ ସଂପର୍କ ରଖି ଆସିଥିଲା। ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀ ଓ ପରିବାର ଲୋକଙ୍କୁ ମିଛ କହି ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଯୁବତୀ ଘରକୁ ନେଇକି ରଖିବା ପାଇଁ ଜିଦ କରିବାରୁ ପ୍ରେମିକ ଜଣକ ପାପଡାହାଣ୍ଡି ଗାଁରେ ଏକ ମାସ ପରେ ଉମରକୋଟସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ଦେଢ଼ ବର୍ଷ ରଖିଥିଲା। ଏହାପରେ ଡାବୁଗାଁର ମହିଳା ସୁଧାର ଗୃହରେ ଏକ ମାସ ରଖିବା ପରେ ନିଜ ଘରକୁ ଧରିକି ଆସିବା ପରେ ପ୍ରେମିକର ମା’, ଝିଆରୀ, ଦିଅର ଏବଂ ସ୍ତ୍ରୀ ଗର୍ଭବତୀ ଯୁବତୀଙ୍କ ଲୁଗାପଟା ବାହାରେ ଫିଙ୍ଗି ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରିବାର ଲୋକ ଗର୍ଭବତୀ ଯୁବତୀଙ୍କୁ ଘରୁ ତଡି ଦେଇଥିଲେ। ତେବେ ବିଗତ ଚାରି ଦିନ ହେବ ୭ ମାସର ଗର୍ଭବତୀ ପ୍ରେମିକା ବାର ଦୁଆର ବୁଲି ବୁଲି ନ୍ୟାୟକୁ ଅପେକ୍ଷା ଅପେକ୍ଷା କରିଛନ୍ତି।

ad-week
Leave A Reply

Your email address will not be published.