ଦରବୃଦ୍ଧିର ନିଆରା ପ୍ରତିବାଦ, ସାଇକେଲ ଚଢ଼ି ବାହା ହେବାକୁ ଗଲେ ଶୁଭ୍ରାଂଶୁ

add-all

ଭୁବନେଶ୍ୱର: ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି। ସାମାଜିକ ବ୍ୟବସ୍ଥାକୁ ବିଗାଡି ଦେଉଛି। ଆନ୍ଦୋଳନ, ଧର୍ମଘଟର ପ୍ରଭାବ ଦରବୃଦ୍ଧି ଉପରେ ପଡୁ ନ ଥିବାବେଳେ ରାଜଧାନୀର ଯୁବକ ଶୁଭ୍ରାଂଶୁ ସାମଲ ନିଆରା ପ୍ରତିବାଦ କରି ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ଥିଲା ତାଙ୍କ ବାହାଘର।

ସେ ସାଇକେଲ ଚଢ଼ି ବର ବେଶରେ ଯାଇଥିବାବେଳେ ବରଯାତ୍ରୀମାନେ ମଧ୍ୟ ସାଇକେଲ ଓ ଚାଲିଚାଲି ଯାଇଥିଲେ।ଶୁଭ୍ରାଂଶୁ ୟୁନିଟ୍‌-୩ରେ ନିଜ ପରିବାର ସହିତ ରୁହନ୍ତି। ସେହି ଅଞ୍ଚଳର ସିପ୍ରାଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା। ରୀତିନୀତି ଅନୁଯାୟୀ ବାହାଘର ପାଇଁ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ବିବାହର କିଛିଦିନ ପୂର୍ବରୁ ଶୁଭ୍ରାଂଶୁ ସାଇକେଲରେ ବର ହୋଇଯିବାକୁ ଇଚ୍ଛାପ୍ରକାଶ କରିବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଅର ନିଷ୍ପତ୍ତିରେ ପରିବାର ଲୋକ ଓ କନ୍ୟାପକ୍ଷ ମଧ୍ୟ ରାଜି ହୋଇଥିଲେ। ନିର୍ଦ୍ଧାରିତ ସମୟରେ ବର ସାଇକେଲ ଚଢି ଶୋଭାଯାତ୍ରାରେ ବାହାରିଥିଲେ। ବିଭିନ୍ନ ଅଞ୍ଚଳରୁ ବରଯାତ୍ରୀମାନେ ରବିଟକିଜ୍‌ ଛକଠାରେ ପହଞ୍ଚତ୍ବା ପରେ ସମସ୍ତେ ଏକାଠି ହୋଇ ପୁରୀ ରୋଡ୍‌ସ୍ଥିତ ବିବାହ ମଣ୍ଡପ ଅଭିମୁଖେ ଯାଇଥିଲେ। ବାଟସାରା ବର ଓ ବରଯାତ୍ରୀଙ୍କୁ ଲୋକେ ପ୍ରଶଂସା କରୁଥିବା ଦେଖାଯାଇଥିଲା। ମଣ୍ଡପ ନିକଟରେ ପହଞ୍ଚତ୍ବା ପରେ ବିଧି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ad-week
Leave A Reply

Your email address will not be published.