ରଥ ନିର୍ମାଣ କାର୍ଯ୍ୟ : ତୁମ୍ବରେ ଲାଗୁଛି ପହି

add-all

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଜୋରଦାର ହୋଇଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି। ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି। ୨ଟିରେ ଅର ସଂଯୋଗ କରାଯିବା ସହ ସିଙ୍ଗଡା ବାଡ଼ିଆ ଶେଷ ହୋଇଛି। ୮ଗୋଟି ତିଖଗୁଜ ଏବଂ ୧୨ ଗୋଟି କୁଡୁକା ପାଇଁ କାଠ ଚଉପଟ କରାଯାଇଛି।

୧୧ ଗୋଟି ସାଲଗୁଜ ଏବଂ ୯ଟି ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ ତୁମ୍ବ ମଧ୍ୟରୁ ୫ଟିରେ ପହି ସଂଯୋଗ କରାଯିବା ସହ କଳସା କରାଯାଇଛି। ୯ ଗୋଟି ଜଳଯନ୍ତ୍ର ମଧ୍ୟରୁ ୫ଟି ଶେଷ ହୋଇଛି। ୩ ଗୋଟି ତିଖଗୁଜ ଓ ୧୧ କୁଡୁକା ନିର୍ମାଣ କରାଯାଇଛି।

ଦେବଦଳନ ରଥର ୫ଟି ଚକରେ ପହି ସଂଯୋଗ ଶେଷ ହୋଇଛି। ସେଥିରୁ ୨ ଟିରେ ଅର ଲଗାଯାଇ ସିଙ୍ଗଡା ବାଡ଼ିଆ ଶେଷ ହୋଇଛି। ସାଲଗୁଜ, ଜଳଯନ୍ତ୍ର, ତିଖଗୁଜ ଏବଂ କୁଡୁକା ନିର୍ମାଣ ପାଇଁ କାଠ ଚଉପଟ କରାଯାଇଛି। ଅସ୍ଥାୟୀ କମାରଶାଳରେ କମାର ସେବକମାନେ ତିନିରଥ ନିର୍ମାଣ ପାଇଁ ପନ୍ଦାରି, ବଳା ଓ ଅରକଣ୍ଟା ପ୍ରସ୍ତୁତ କରୁଛନ୍ତି। ରୂପକାରଙ୍କ ଦ୍ଵାରା ତିନି ରଥର ୪ଟି ଲେଖାଏଁ ସାଲଗୁଜ ଓ କୋଣ ଗୁଜରେ ନୃସିଂହମୂର୍ତ୍ତି ଖୋଦେଇ କରାଯାଉଛି।

ad-week
Leave A Reply

Your email address will not be published.