ପୋଖରୀରୁ ଉଦ୍ଧାର ହେଲା ୩ଫୁଟର କୁମ୍ଭୀର

add-all

ଭଦ୍ରକ :ଦୀର୍ଘ ଆଠ ଘଣ୍ଟା ସଂଘର୍ଷ ପରେ ପୋଖରୀରୁ ଉଦ୍ଧାର ହେଲା ୩ଫୁଟିଆ କୁମ୍ଭୀର। ଦିନ ତମାମ ବନ ଓ ଅଗ୍ନିଶମ ବିଭାଗ ସମେତ ସାପ ଧରାଳୀ ସେକ୍ ମିର୍ଜାଙ୍କୁ ନାକେଦମ ହେବାକୁ ପଡିଥିଲା। ତିହିଡି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶେଷରେ ପୋଖରୀରୁ ପାଣି ନିଷ୍କାସନ ପରେ ସନ୍ଧ୍ୟାରେ ଧରା ପଡିଛି କୁମ୍ଭୀର।

ବନ ବିଭାଗ ପକ୍ଷରୁ ଉକ୍ତ କୁମ୍ଭୀରକୁ ଚାନ୍ଦବାଲି ନିଆଯାଇଥିବା ଜଣାଯାଇଛି। ସୂଚନା ମୁତାବକ, କିଛିଦିନ ହେଲା ତିହିଡି ବ୍ଲକ ମହରମପୁର ପଞ୍ଚାୟତ ଷାଠିବାଟି ଗାଁର ଏକ ପୋଖରୀରେ ଗୋଟିଏ କୁମ୍ଭୀର ଥିବାର ଲୋକେ ଦେଖିବାକୁ ପାଇଥିଲେ। ତେବେ ବନ ବିଭାଗର କର୍ମଚାରୀମାନଙ୍କ ପକ୍ଷରୁ ବୁଧବାର ସକାଳେ ଯାଞ୍ଚ କରାଯାଇ ଉକ୍ତ ପୋଖରୀରେ ପ୍ରାୟ ୪ ଫୁଟ ଲମ୍ବର ଏକ କୁମ୍ଭୀର ଥିବା ଜଣା ପଡିବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ୪ଟି ପାଣି ପମ୍ପରେ ପୋଖରୀରୁ ପାଣି ନିଷ୍କସନ ବ୍ୟବସ୍ଥା କରାଯାଇଥିଲା। ତହସିଲଦାରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏହାର ତଦାରଖ କରୁଥିବା ବେଳେ କୁମ୍ଭୀର ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା।

ad-week
Leave A Reply

Your email address will not be published.