ପୁଣି ମାଉପୋଷ୍ଟର ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ

add-all


ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଯୋଡ଼େଙ୍ଗା, ହାତୀଗାଁ, ଓ କୁଦାବେଡ଼ା ପଞ୍ଚୟେତର ରାସ୍ତା କଡ଼ରେ ମାଓବାଦୀମାନେ ପୋଷ୍ଟର ମାରି ସେମାନେ ନିଜର ଉପସ୍ଥିତି ଜାହିର କରିବା ସଙ୍ଗେ ସଙ୍ଗେ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନି ଦେଇଛନ୍ତି, ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିବା ସହ ନୂଆ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କ ଅନୁରୋଧ କରିଛନ୍ତି ଗଛ ନ କାଟିବା ପାଇଁ | ହାତୀଗାଁ ରାସ୍ତାର ମାଉପୋଷ୍ଟର ଲାଗିଥିବା ସ୍ଥାନରେ ଏକ ମାଟି ଗୋଦା ପାଖରେ କିଛି ବିଦ୍ୟୁତ ତାର ବାହାରି ଥିବା ଯୋଗୁଁ ଲାଣ୍ଡ ମାଇନ ଥିବା ସନ୍ଦେହ କରା ଯାଉଛି | ମାଓ ପୋଷ୍ଟରରେ ଆଉରି ଉଲ୍ଲେଖ ଅଛି କେନ୍ଦ୍ରର ମୋଦି ସରକାର, ଛତିଶଗଡ଼ର ଭୂପେଶ ବଘେଲ, ଓଡ଼ିଶାର ନବୀନ ସରକାରଙ୍କ ନୀତି ନିୟମକୁ ବିରୋଧ କରାଯାଉ | ନୂଆ ନୂଆ ରାସ୍ତା,ନୂଆ ନୂଆ ପୋଲିସ କ୍ୟାମ୍ପ, ଓ ପୋଲ କାମ ଯାକ ବନ୍ଦ କରାଯାଉ | ଜଣସାଧାରଙ୍କ ସୁବିଧା ପାଇଁ ସ୍କୁଲ, କଲେଜ, ହସ୍ପିଟାଲ, ପାଣିର ବ୍ୟବସ୍ତା କରାଯାଉ | ଏହା ଭା ଗ ପା ମାଓବାଦୀ ଓଡିଶା ରାଜ୍ୟ କମିଟି ତରପରୁ ପୋଷ୍ଟର ମୋରାଯାଉଥିବା ଦେଖିବାକୁ ମିଳିଲା. |

ad-week
Leave A Reply

Your email address will not be published.