ସ୍ୱାମୀ ମୃତ୍ୟୁର ୨ବର୍ଷ ପରେବି ବିଧବା ଭତ୍ତା ପାଇବାରୁ ବଞ୍ଚିତ ୬ ସନ୍ତାନର ଜନନୀ…

add-all
ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଂଚାୟତ କସପଙ୍କା ଗ୍ରାମର ଲତିମା ବେହେରା ମାଝୀ(୩୬)ଙ୍କ ସ୍ୱାମୀ ପୁପୁରା ବେହେରା ମାଝୀ ମୃତ୍ୟୁର ୨ବର୍ଷ ଅତିବାହିତ ହୋଇ ଯାଇଥିଲେ ସୁଧା, ଆଯଯାଏ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ୬ ସନ୍ତାନର ଜନନୀ ଲତିମା। କୋଳରେ ରହିଛି ୨ବର୍ଷର ଶିଶୁ କନ୍ୟା। ଗରିବ ଆଦିବାସୀ ଅପାଠୁଆ ମା, କୁଲି ମଜୁରୀ କରି ୬ଛୁଆଙ୍କ ପେଟରେ ଦାନା ଯୋଗାଉଛି। ସରକାର ଯୋଗାଇ ଦେଉଥିବା ପିଡ଼ିଏସ ଚାଉଳ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ୧୬ ବର୍ଷର ବଡ଼ ପୁଅ କୁଆଡେ ରୁଗୁଣା। ଲତିମା କହିବା କଥା, ବଡ ପୁଅ ରୁଗୁଣା ହୋଇନଥିଲେ ଘର ଚଳେଇବାରେ ସାହାଯ୍ୟ କରିଥାନ୍ତା। ଝିଅ ଜଣେ ନବମ ପଢୁଛି, ଅନ୍ୟ ଛୁଆ ମାନେ ଗାଁ ସ୍କୁଲରେ ପଢ଼ୁଥିବା କଥା କହିଛନ୍ତି। ବିଧବା ଭତ୍ତା ପାଇବା ପାଇଁ ବହୁବାର ଗ୍ରାପ ପଞ୍ଚାୟତରେ ଦରଖାସ୍ତ କରିଛି, ହେଲେ ଆଯଯାଏ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛି। ପ୍ରକାଶ ଥାଉକି, ଆର୍ଥିକ ଅଭାବ ହେତୁ ୨ବର୍ଷ ପୂର୍ବେ ଦାଦନ ଖଟିବା ପାଇଁ ପୁପୁରା ବେହେରାମାଝୀ କେରଳ ଯାଉଥିବା ସମୟରେ ଟ୍ରେନରୁ ଗଳି ପଡି ମୃତ୍ୟୁ ବରଣ କରିଥିଲେ। ସରକାରଙ୍କ ସହଯୋଗରେ ପୁପୁରା ବେହେରାମାଝୀ ଙ୍କ ମରଶରୀର କସପଙ୍କା ଗ୍ରାମରେ ପହଞ୍ଚିଥିଲା। ହେଲେ ଲତିମା, ସ୍ବାମୀଙ୍କ ମର୍ତ୍ୟୁ ପ୍ରମାଣ ପତ୍ର ନିଜ ଜିଲାରେ ବାହାର କରି ପାରୁ ନ ଥିବାରୁ ଆଜି ବିଧବା ଭତ୍ତା ପାଇ ପାରୁନଥିବା ଜଣା ପଡ଼ିଛି। ଏହି ଭଳି ଦୁଃଖଦ ପରିସ୍ଥିତିରେ ବ୍ଲକ ପ୍ରଶାସନ ସହଯୋଗର ହାତ ବଢ଼ାଇ ବିଧବା ଭତ୍ତା ଯୋଗାଇ ଦେବାକୁ ୬ ସନ୍ତାନର ଜନନୀ ବିଧବା ଲତିମା ବେହେରାମାଝୀ ଅନୁରୋଧ କରିଛି।

ad-week
Leave A Reply

Your email address will not be published.