ଆକସ୍ମିକ ଅଗ୍ନି ଜନୀତ ଅଘଟଣରୁ ରକ୍ଷା ପାଇବା ନିମନ୍ତେ ଅଗ୍ନିଶମ ବିଭାଗ ଦ୍ଵାରା ମକ୍ ଡ୍ରିଲ ଅନୁଷ୍ଠିତ…

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ଵାରା ଆକସ୍ମିକ ଅଗ୍ନି ଜନୀତ ଅଘଟଣକୁ ରକ୍ଷା ପାଇବା ନିମନ୍ତେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଅଗ୍ନି ଜନିତ ଦୁର୍ଘଟଣା ସମୟରେ କିପରି ନିଜକୁ ଅଗ୍ନି ଦାଉରୁ ରକ୍ଷା କରି ପାରିବା ଏବଂ ତାର ପ୍ରତିକାର ବିଷୟରେ ସମସ୍ତଙ୍କୁ ଅବଗତ କରଯାଇଥିଲା। ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ତଦାରଖ

କରାଯାଇଥିଲା । ସେହିପରି ଜିଲ୍ଲା କାର୍ଯ୍ୟାଳୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ସ୍ଥାପନା ପାଇଁ ନିରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ର ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ହିମାଂଶୁ ଶେଖର ପଟନାୟକ, ଡି ପି ଏମ, ସୁଶାନ୍ତ କୁମାର ପ୍ରହରାଜ, ଜିଲ୍ଲା ହସ୍ପିଟାଲ ମ୍ୟାନେଜର, ବିଭୂଦତ ଶତପଥି, ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ, ଆଗ୍ନିକ କର୍ମଚାରୀ ଭରତ କର୍କରା, ମୋହନ ବେହେରା, ବିକାଶ ମାଝୀ, ପ୍ରଫୁଲ୍ଲ କୁମାର ବେହେରା, ଶଙ୍କର ବେହେରା, ଲେବର ସିଂ ମାଝୀ, ଭି ଭବାନୀ ପାତ୍ର, ଗିରିଧାରୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.