ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଅଶୋକ ନାୟକ ଏକାଦଶ ଵିଜୟୀ…

add-all

ହିଂଜିଳିକାଟୁ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ ଗୁରୁବାର ସଂଧ୍ୟାରେ। ରେଗିଡି ଏକାଦଶ ଓ ଅଶୋକ ନାୟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ମ୍ୟାଚରେ ରେଗିଡି ଏକାଦଶ ଟସ ଜିତି ବ୍ୟାଟିଁ ନିଷ୍ପତି ନେଇଥିଲେ। ରେଡିଡି ଏକାଦଶ ୧୨ ଓଭର ଖେଳି ୮ ୱିକେଟ ହରାଇ ୧୨୭ରୋୟାଲ ସଂଗ୍ରହ କରିଥିଲା। ଜଵାବରେ ଅଶୋକ ନାୟକ ଏକାଦଶ ୧୧ ଓଭର ଖେଳି ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ କରିଥିଲେ । ଅଶୋକ ନାୟକ ଏକାଦଶ ର ପ୍ରବିଣ ୧୫ ବଲରେ ୩୬ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ। ସାମାଜିକ କର୍ମୀ ମାନସ ରଞ୍ଜନ ଵେହେରା ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ ।ଆଲୋକ ପାତ୍ର ଓ ବାବୁ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ଅମୂଲ୍ୟ ରତ୍ନ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବଣ୍ଟି ପୃଷ୍ଟି ସ୍କୋରର ଦାୟିତ୍ବ ତୁଲାଇଥିଲେ। , ସତ୍ୟ ପାଣିଗ୍ରାହି, ସୁଜିତ ସାଇଁ ଓ ଚିନ୍ମୟ ପଣ୍ଡା ଙ୍କସମେତ ମଣ୍ଡିଂ କ୍ରିକେଟ କ୍ଳବର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.